ପ୍ରଦୀପ ପାଣିଗ୍ରାହୀଙ୍କ ଠକେଇ ମାମଲାରେ କିଏ ସତ କହୁଛି….!

ମିଛ କହିଥିବା ବ୍ୟକ୍ତି କାହିଁକି ସଜା ପାଇବେ ନାହିଁ….?
ବ୍ରହ୍ମପୁର: ରାଜନୈତିକ ପଶା ପାଲିରେ ବହୁ ନେତା ମିଥ୍ୟା ମାମାମଲା ରେ ଜେଲ ଯାଇଥିବାର ନଜିର ରହିଛି। ଗଞ୍ଜାମ ଜିଲ୍ଲାର କଂଗ୍ରେସ ର ଟାଣୁଆ ଯୁବ ନେତା ରମେଶ ଜେନା ମଧ୍ୟ ରାଜନୈତିକ ଚକ୍ରଭିୟୁ ଛନ୍ଧି ହୋଇ ଜେଲ ଯାଇଥିଲେ। ରମେଶ ଜେନା ଙ୍କ ପରେ ଗଞ୍ଜାମ ଜିଲ୍ଲାର ପୂର୍ବତନ ମନ୍ତ୍ରୀ ବିଜେଡ଼ି ର ଆଗ ଧାଡ଼ିର ନେତା ପ୍ରଦୀପ ପାଣିଗ୍ରାହୀ ମଧ୍ୟ ରାଜନୀତିର ଶିକାର ହୋଇ ଜେଲ ଯାଇ ଥିଲେ। କେତେବେଳେ ଗଞ୍ଜାମ ରାଜନୀତିର ପାଣିପାଗ ବଦଳୀ ଗଲେ ନେତା ମାନଙ୍କ କଳା କାରନାମା କୁ ୱାସିଙ୍ଗ ମେସିନ ରେ ସଫା କରି ପୁଣି ଭଦ୍ର ବୋଲି ବିଭିନ୍ନ ଦଳ ନିଜର ଦଳକୁ ନେଇ ଟିକେଟ ଦେବାର ବି ନଜିର ରହିଛି। କେଶ ଦେଇ ରାତା ରାତି ହିରୋ ହୋଇଥିବା।ଚର୍ଚ୍ଚା ରେ ରହିଥିବା ଲୋକେ ରାଜନୈତିକ ପାଣିପାଗ ବଦଳିବା ପରେ ପରେ ସେମାନେ ମୁହଁରୁ ପୁଣି ସଫେଇ ଦିଅନ୍ତି ମୋ ଉପରେ ଚାପ ପଡ଼ିଥିବା ଯୋଗୁଁ ମୁଁ ମିଥ୍ୟା କେଶ ଦେଇଥିଲି। ହେଲେ ରାଜନୈତିକ ପସବର୍ତ୍ତୀର ଶିକାର ହୋଇ ନିଜର ମାନ ସମ୍ମାନ ହରେଇଥିବା ନେତା ମାନେ ନିଜର ସ୍ୱାର୍ଥ ପାଇଁ ପୁଣି ଏ ଦଳରୁ ସେ ଦଳକୁ ଲମ୍ପ ମାରନ୍ତି। ମିଥ୍ୟା କେଶ ଦେଇ ବଡ଼ ବଡ଼ ନେତାମାନଙ୍କୁ ଫସେଇ ଥିବା ଲୋକଙ୍କ ପ୍ରତି କାହିଁକି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି। ଶାସକ ଦଳ ପାଖରେ ସବୁ ବେଳେ ୱାସିଙ୍ଗ ମେସିନ ରହେ ଯେତେ ବଡ଼ ଦୁର୍ନୀତି ଖୋର ନେତା ଥିଲେ ବି ତାଙ୍କ ଦଳର ୱାସିଙ୍ଗ ମେସିନ ରେ ଧୋଇଦେଲେ ନେତା ମାନଙ୍କ ଉପରେ ଲାଗିଥିବା ଦାଗ ଛାଡିଯାଏ। ରାଜନୀତି ରେ ସବୁ ସମ୍ଭବ ଆମେ ଏହି ଲେଖା କାହାକୁ ଆକ୍ଷେପ କରି ଲେଖୁନାହୁଁ ଚାହା ଖଟିରେ ଚାହା ଖାଇବା ସମୟରେ ଲୋକେ କଥା ହେଉଥିଲେ।

nis-ad
Leave A Reply

Your email address will not be published.