ପୂର୍ତ୍ତ ବିଭାଗ ପାଲଟିଛି ଗର୍ତ୍ତ ବିଭାଗ : କେବେ ସୁଧୁରିବ ଶଙ୍କର ନେତ୍ରାଳୟ ଠାରୁ ଶରଧାପୁର ରାସ୍ତା…

ପ୍ରଶାସନ ଠିକାଦାର ଙ୍କ ନିଷିଦ୍ଧ ସମ୍ପର୍କ. ହିଁ ଦାୟୀ ..!!


ହିଞ୍ଜିଳିକାଟୁ ୭!୧୨ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ ମାନଙ୍କ ଗମନାଗମନର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପ୍ରଣୟନ କରି ପ୍ରତିବର୍ଷ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ଏବଂ ଠିକାଦାର ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେବା ସହ ନିମ୍ନମାନର କାର୍ଯ୍ୟ ହେଉଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଜାତୀୟ ରାଜପଥ ୫୯

ଶଙ୍କରନେତ୍ରାଳୟ ଠାରୁ ଶରଧାପୁର ପର୍ଯ୍ୟନ୍ତ ୫ ,୦୦୦ କି.ମି ରାସ୍ତା ନିର୍ମାଣ ପାଇଁ ୮୫୦୭୮୯୨ ଟଙ୍କା ବ୍ୟୟରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ଗ୍ରାମ୍ୟ ଉନ୍ନୟନ ବିଭାଗ‌ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଛି । ଠିକାଦାର ଓ ଗ୍ରାମ୍ୟ ଉନ୍ନୟନ ଡିଭିଜନରେ ଚୁକ୍ତି କରିଥିଲେ ।କିନ୍ତୁ ଉକ୍ତ ରାସ୍ତା ନିର୍ମାଣରେ ନିୟୋଜିତ ଥିବା ଠିକା ସଂସ୍ଥା ନିର୍ଦ୍ଧାରିତ ସମୟରେ ମଧ୍ୟରେ ରାସ୍ତା ନିର୍ମାଣ କରିପାରି ନଥିଲା। ଗ୍ରାମ ବାସିନ୍ଦା ବାରମ୍ବାର ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇବା ପରେ ଶେଷରେ ଉକ୍ତ ଠିକା ସଂସ୍ଥା ଗତ ୨ ବର୍ଷ ତଳେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିଥିଲା । ଉକ୍ତ ରାସ୍ତାର ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଏବଂ ମରାମତି ପାଇଁ ବିଭାଗୀୟ ବ୍ୟୟବରାଦ ରହିଛି । କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଠିକା ସଂସ୍ଥା ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଉକ୍ତ ରାସ୍ତାର ବାର୍ଷିକ ମରାମତି କରାଯାଉଛି ତାହା ନିମ୍ନମାନର । ଏହି କାମ ବ୍ରହ୍ମପୁର ଅନ୍ତର୍ଗତ ହିଞ୍ଜିଳିକାଟୁ ଗ୍ରାମ୍ୟ ଉନ୍ନୟନ ବିଭାଗ‌ ତତ୍ତ୍ଵାବଧାନରେ ନିର୍ମିତ ହୋଇଥିବା ବେଳେ କାର୍ଯ୍ୟ ଶେଷ ହେବାର ୫ମାସ ନପୁରୁଣୁ ରାସ୍ତା ଫାଟି ଆଁ କଲାଣି। ରାସ୍ତାକାମ ସମୟରେ ନିମ୍ନମାନର ହେଉଥିବା ନେଇ ଲୋକେ ହିଞ୍ଜିଳିକାଟୁ ବିଭାଗୀୟ କାର୍ଯ୍ୟାଳୟ କୁ ଗଲେ ସବୁବେଳେ ଅଧିକାରୀ ନାହାଁନ୍ତି ଆସିଲେ ଜଣାଇବୁ ବୋଲି ଶୁଣାଯାଏ। ।ରାସ୍ତା ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଯୋଗୁଁ ବର୍ତ୍ତମାନ ରାସ୍ତାର ୮୦ ଭାଗରୁ ଉର୍ଦ୍ଧ୍ବ ଭାଗରେ ପିଚୁ ଉଠି ପଡ଼ିଲାଣି ଏବଂ ଏହା ସହିତ ରାସ୍ତାର ଅଧିକାଂଶ ଭାଗରେ ଖାଲ ଖମା ହୋଇ ଗୁଡି ମାଟି ଉଠିଗଲାଣି । ଯାହା ଦ୍ଵାରା ପ୍ରାୟ ସମୟରେ ଛୋଟମୋଟ ସଡ଼କ ଦୁର୍ଘଟଣା ଘଟୁଛି । ରାସ୍ତା ମରାମତି ବାବଦରେ ଗ୍ରାମବାସୀ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ବାରମ୍ବାର ଅବଗତ କରାଇବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ଯାଇନଥିବା ଗ୍ରାମବାସୀ କହିଛନ୍ତି।, ଏହା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦିଓ ଆଗାମୀ ଏକ ମାସ ମଧ୍ୟରେ ବିଭାଗ ତରଫରୁ ଉକ୍ତ ରାସ୍ତା ନିର୍ମାଣ କରା ନ ଯାଏ ତାହାହେଲେ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରାଇବେ କିଛି ଗ୍ରାମବାସୀ ନିଜର ମତପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.