ଆସିକା ରେ ଚାଲିଛି ସେକ୍ସ ରେକେଟ..! ମରୀଚିକା ପଛରେ ଯୁବ ପିଢ଼ି……!

ଶିକ୍ଷିତ ଯୁବକ ଯୁବତୀ କଲେଜ ଡ୍ରେସ କୋଡ଼ ରେ ବିଭିନ୍ନ ଲର୍ଡ଼ଜ ରେ…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁ କ୍ଷେତ୍ରରେ ଚର୍ଚ୍ଚାରେ ରହିଆସିଛି। ଆଜିକାଲି ସୋସିଆଲ ମିଡ଼ିଆ ପଛରେ ଯୁବପୀଢ଼ି ଅଧିକାଂଶ ସମୟ ଦେଉଛନ୍ତି। ଆସିକା ଅଞ୍ଚଳ ରେ ଥିବା କିଛି ଲର୍ଡ଼ଜ କଲ୍ୟାଣୀ ମଣ୍ଡପ କୁ ରୀତିମତ କଲେଜ ପଢୁଆ ଭଳି ଦେଖାଯାଉଥିବା ଡ୍ରେସ କୋଡ଼ ପରିଧାନ କରି ଯୁବକ ଯୁବତୀ ମାନେ ଦିନ ୧୧ ଘଣ୍ଟାରୁ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ଯିବା ଆସିବା ହେଉଥିବା ଚର୍ଚ୍ଚା ହେଉଛି। ଆଜିକାଲି ମୁହଁରେ ଓଢଣୀ ଗୁଡ଼ାଇ ପୂର୍ବରୁ ନିଜର ପୁରୁଷ ବନ୍ଧୁ ବୁକ କରିଥିବା କୋଠରୀ କୁ ଖୁଲମ ଖୁଲା ଯିବା ଏକ ନୀତିଦିନିଆ ଘଟଣା ହୋଇଛି। ବିନା ପରିଚୟ ପତ୍ର ଓ ବିନା ଆଧାର କାର୍ଡ଼ ରେ ଅଧିକ ଅର୍ଥ ସ୍ୱଳ୍ପ ସମୟ ପାଇଁ ଦେଇ ଦେହ ସୁଖ ପାଇଁ ସହଜ ରେ ଲର୍ଡ଼ଜ ମିଳୁଥିବା ଯୋଗୁଁ ବହୁ ଯୁବପିଢ଼ି ଏବେ ପଥଭ୍ରଷ୍ଟ ହେଉଛନ୍ତି। କୋର୍ଟ ର ଆଦେଶ ଆସିବା ପରେ ପ୍ରାପ୍ତ ବୟସ ଯୁବ ପିଢ଼ି ନିଜ ସହମତି ରେ କିଛି ବି କରିପାରିବେ ତେଣୁ ନା ପୋଲିସ ନା ପ୍ରଶାସନ ଅଧିକାରୀ କିଏ ବି ଆଜି ସୁଦ୍ଧା ଯେଉଁ ଲର୍ଡ଼ଜ ରେ ଏହି ଅନୈତିକ କାର୍ଯ୍ୟ ହେଉଛି ସେହି ଲର୍ଡ଼ଜ ଉପରେ ଦୀର୍ଘ ବର୍ଷ ହେଲା ଚଢ଼ାଉ ହେବାର ନଜିର ନାହିଁ। ଆଜି କାଲି ସମସ୍ତଙ୍କ ହାତରେ ଗୋଟେ ଗୋଟେ ସ୍ମାର୍ଟ ଫୋନ ରହିବା ଯୋଗୁଁ ଏହି ସେକ୍ସ ରେକେଟ ଖୁଲମ ଖୁଲା ହେଉଥିବା ଜଣାପଡିଛି। ଏତ ଗଲା ଯୁବପିଢ଼ି କଥା କିଛି ପ୍ରଭାବ ଶାଳୀ ବ୍ୟକ୍ତି ଓ ସରକାରୀ ବାବୁ ମାନେ ବି ଏଭଳି କାର୍ଯ୍ୟ ରେ ଲିପ୍ତ ରହୁଥିବା ବିଭିନ୍ନ ସମୟରେ ଚଢ଼ାଉ ବେଳେ ଧରା ପଢ଼ୁଥିବାର ନଜିର ରହିଛି। ଏହି ସବୁ ଅନୈତିକ କାର୍ଯ୍ୟ ପଛରେ କେଉଁ ଅଦୃଶ୍ୟ ଶକ୍ତି କାର୍ଯ୍ୟ କରୁଛି। ସ୍ୱତନ୍ତ୍ର ଟିମ ଗଠନ ହୋଇ ଚଢ଼ାଉ ହେଲେ ବାବୁ ମାନଙ୍କ ଅସଲ ମୁଖା ଖୋଲିବ ପଥ ଭ୍ରଷ୍ଟ ହେଉଥିବା ଯୁବପିଢ଼ିଙ୍କୁ ରୋକାଯାଇପାରିବ ବୋଲି ଆଲୋଚନା ହେଉଛି। ତେଣୁ ସହରରେ ବର୍ତ୍ତମାନ ଏହା ସଂକ୍ରମିତ ହେବାକୁ ବସିଲାଣି ଭୁବନେଶ୍ୱର ପୋଲିସ ପ୍ରଶାସନ ଗୁରୁତର ସହିତ ନେଲାଣି ଯଦି ଗଞ୍ଜାମ ପୋଲିସ ଏହାକୁ ଗୁରୁତ୍ୱ ସହିତ ନେବାକୁ ବୁଦ୍ଧିଜୀବୀ ଓ ସାଧାରଣ ରେ ଦାବି ହେଉଛି l ଶୁଣିବାକୁ ମିଳୁଛି କିଛି ଅସାଧୁ ପୋଲିସ ବାବୁଙ୍କୁ ହାତ ବାରିସୀ କରି କିଛି ସେକ୍ସ ଦଲାଲ ମାନେ ଏହି କାର୍ଯ୍ୟ କରୁଥିବା ମଧ୍ୟ ଅଭିଯୋଗ ଆସୁଛି ତେଣୁ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ୱ ସହିତ ନେବାକୁ ସାଧାରଣ ରେ ଦାବୀ ହେଉଛି l

nis-ad
Leave A Reply

Your email address will not be published.