ନିର୍ବାହୀ ଯନ୍ତ୍ରୀଙ୍କର ବିପୁଳ ସମ୍ପତ୍ତି ଠାବ, ରହିଛି ୧୮ଟି ପ୍ଲଟ

ଜୟପୁର : ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଜୟପୁର ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ରେଡ୍ ଚାଲିଛି । ୮ ବର୍ଷର ନିୟମିତ ଚାକିରିରେ ଅମାପ ସମ୍ପତ୍ତିର ମାଲିକ ହେଉଛନ୍ତି ବିଶ୍ବନାଥ ପାତ୍ର। ଇଞ୍ଜିନିୟର ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଆଖି ଟେରା । ୧୮ ପ୍ଲଟ ସହ ଜୟପୁରରେ ୩ ମହଲା ଓ ଗଞ୍ଜାମରେ ୨ ମହଲା ଘର ରହିଛି । ଭୁବନେଶ୍ବରର ପ୍ରାଇମ ଲୋକେସନରେ ୬ ଓ ଗଞ୍ଜାମରେ ରହିଛି ୧୦ ପ୍ଲଟ । ଜୟପୁରରେ ଓ ବ୍ରହ୍ମପୁରରେ ଗୋଟିଏ ଲେଖାଏ ପ୍ଲଟ ଠାବ ହୋଇଛି । ୮୫୦ ଗ୍ରାମର ସୁନାଳଙ୍କାର ସହ ବ୍ୟାଙ୍କ ଜମା ନେଇ ତଦନ୍ତ ଜାରି ରହିଛି ।

ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଜୟପୁର ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ରଙ୍କ ଘରେ ରେଡ୍ ହୋଇଥିଲା । ଜୟପୁର ଘର ଓ ପୌର କାର୍ଯ୍ୟାଳୟ, ଆସ୍କା ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ କରାଯାଇଛି । ୨୦୧୧ରେ ଆଡ଼ହକ ଆସିଷ୍ଟାଣ୍ଡ ଇଂଜିନିୟର ଭାବେ ଯୋଗ ଦେଇଥିଲେ । ସେତେବେଳେ ମାତ୍ର ୧୪ ହଜାର ଟଙ୍କା ଥିଲା ଦରମା । ୨୦୧୬ ରେ ଓପିଏସସି ଦେଇ ନିୟମିତ ହୋଇଥିଲେ । ଚଢ଼ାଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପି, ଦୁଇ ଜଣ ଡ଼ିଏସପି, ୮ ଜଣ ଇନିସ୍ପେକ୍ଟର, ୬ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ଅଛନ୍ତି ।

nis-ad
Leave A Reply

Your email address will not be published.