ଗୃହରେ ଆଳୁ ଝଡ, ଘେରିଲା ବିଜେଡି

ଭୁବନେଶ୍ବର: ରାଜ୍ୟରେ ଏବେ ପୁଣି ଆଳୁ ଚିନ୍ତା ବଢାଇଥିବା ବେଳେ ଆଜି ସକାଳୁ ସକାଳୁ ଉତ୍ତରପ୍ରଦେଶ ୩୦୦ ଟ୍ରକ ଆଳୁ ଆସି ରାଜ୍ୟରେ ପହଞ୍ଚିଛି । ଏହା ପରେ ଆଳୁ ଦରରେ ଟିକିଏ ଆଶ୍ବସ୍ତି ମିଳିବା ନେଇ ଆଶା କରାଯାଇଥିବା ବେଳେ ଏହାକୁ ନେଇ ସରଗରମ ହୋଇଛି ବିଧାନସଭା ଗୃହ । ବିଧାନସଭା ପ୍ରଶ୍ନ କାଳରେ ଆଳୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ କଟାକ୍ଷ କରିଛି ବିଜେଡି ।

ଏନେଇ ବିଜେଡି ବିଧାୟକମାନେ ଗୃହରେ ପୋଷ୍ଟର ଦେଖାଇ ହୋହଲ୍ଲା କରିବା ସହିତ ମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଡବଲ ଇଞ୍ଜିନ୍ ସତ୍ବେ ରାଜ୍ୟରେ ଆଳୁ ଦର ବାରମ୍ବାର ନିୟନ୍ତ୍ରଣ ବାହାରକୁ ଯାଉଛି । ଡବଲ ଇଞ୍ଜିନ କ’ଣ ଟାଣି ପାରୁନି, ଖାଉଟିଙ୍କୁ ଶୋଷଣ କରାଯାଉଛି ବୋଲି କହି ମନ୍ତ୍ରୀଙ୍କୁ ପ୍ରଶ୍ନ କାଠଗଡାକୁ ଟାଣିଛି ବିଜେଡି । ସରକାର କିଛି କରିନାହାନ୍ତି, ନାନା ବାୟା କଥା କହୁଛନ୍ତି ବୋଲି କହିଛି ।

ତେବେ ରାଜ୍ୟରେ ଏବେ ଆଳୁ ଥର ୫୦, ୬୦ ଛୁଇଁଥିବା ବେଳେ ଆଜି ଉତ୍ତରପ୍ରଦେଶରୁ ଓଡ଼ିଶାରେ ୩ ଶହ ଟ୍ରକ୍ ଆଳୁ ପହଞ୍ଚିଛି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର  ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଥର ଲୋକଙ୍କୁ ଆଉ ହଇରାଣ ହେବାକୁ ପଡ଼ିବନି। ବଜାରରେ ଏବେ ପୁଣି ଶସ୍ତାରେ ଆଳୁ ମିଳିବ । ବ୍ୟବସାୟୀଙ୍କ ଲାଭ ରଖି ତାଙ୍କୁ ୪୦ ଟଙ୍କାରେ ଆଳୁ ବିକିବା ପାଇଁ କୁହାଯାଇଛି । ଆଳୁ ୪୦ ଉପରକୁ ଗଲେ କିମ୍ବା ଅଧିକ ଚଢା ଦରରେ ବିକ୍ରି କଲେ କଡା କାର୍ଯ୍ୟନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ ।

nis-ad
Leave A Reply

Your email address will not be published.