ଝିଟିପିଟି ପଡ଼ିଥିବା ବିଷାକ୍ତ ପାଣି ପିଇ : ୪ଜଣ ବିଦ୍ୟାର୍ଥୀ ଅସୁସ୍ଥ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ କରଡେଗା ପଞ୍ଚାୟତ ଅନ୍ତର୍ଗତ ମୋହନ ମୁରଲୀ ହାଇସ ସ୍କୁଲ୍ ର ଚାରି ଜଣ ବିଦ୍ୟାର୍ଥୀ ପାଣି ପିଇ ଅସୁସ୍ଥ ହୋଇଥିଲେ ! ଦୂର ଦୁରନ୍ତରୁ ପାଠ ପଢିବା ପାଇଁ ସାଇକେଲ ମାଧ୍ୟମରେ ସ୍କୁଲକୁ ଆସୁଥିବା ପିଲାଙ୍କୁ ଶୋଷ ହେଇଥିବାରୁ ସ୍କୁଲରେ ଲାଗିଥିବା ଆକ୍ୱାଗାର୍ଡ ଫିଲ୍ଟରରୁ ପାଣି ପୀୟନ୍ତି ! ଏହି ପାଣି ପିଇ ଥିବାରୁ ୪ଜଣ ପିଲାମାନଙ୍କୁ ବାନ୍ତି ଓ ଝାଡା ହେଇଥିବାରୁ ପିଲାମାନେ ସ୍କୁଲରେ ଅସୁସ୍ଥ ହୋଇ ପଡିଲେ ! ଏହା ଜାଣିବା ପରେ ଶିକ୍ଷକ ମାନେ ଅସୁସ୍ଥ ହୋଇ ଥିବା ବିଦ୍ୟାର୍ଥୀଙ୍କୁ ଛୁଟ୍ଟି ଦେଇ ଘରକୁ ପାଠ।ଇଥିଲେ ! ପିଲାମାନେ ନିଜେର ଜୀବନ ବଞ୍ଚାଇବା ପାଇଁ ଏକ ଗାଡି ବୁକ କରି ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ଭର୍ତ୍ତି ହୋଇଥିବା ଜଣା ପଡ଼ିଛି ! ପିଲା ମାନଙ୍କୁ ସଙ୍ଗେ ସଙ୍ଗେ ଡାକ୍ତର ସଞ୍ଜୟ କୁମାର ପାଣ୍ଡେ ସଲାଇନ ଔଷଧ ଦେଇ ୨୪ ଘଣ୍ଟା ହସ୍ପିଟାଲ ରେ ରଖି ଯାଞ୍ଚ କରିଥିଲେ ! ଯାଞ୍ଚ କରିବାରୁ ଜଣା ପଡ଼ିଲାଯେ ପିଇବା ପାଣିରେ ଏକ ଝିଟିପିଟି ମରି ଯାଇ ପାଣି ବିଷାକ୍ତ ହୋଇଥିଲା ! ତେବେ ମୋହନ ମୁରଲୀ ହାଇସ ସ୍କୁଲର ସଫେଇକୁ ନେଇ ବୁଦ୍ଧିଜୀବୀ ମହଲରେ ବେଶ୍ ଚର୍ଚ୍ଚା ହେଉଛି !

nis-ad
Leave A Reply

Your email address will not be published.