ଡାକ୍ତର ନଆସିବାରୁ ଅସ୍ତ୍ରପ୍ରଚାର କକ୍ଷରେ ଦେଢ଼ ଘଣ୍ଟା ଅପେକ୍ଷା କରି ଫେରିଲେ ରୋଗୀ…..
ଵ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଏକ ମୁଖ୍ୟ ଚିକିତ୍ସାଳୟ ହେଉଛି, ଵ୍ରହ୍ମପୁର ଏମ.କେ.ସି.ଜି ମେଡ଼ିକଲ କଲେଜ।ସବୁ ବର୍ଗର ଲୋକେ ଏହି ଡାକ୍ତର ଖାନା ଉପରେ ନିର୍ଭର କରନ୍ତି। ଏଠାରେ ସବୁ ସୁବିଧା ଥାଇବି କିଛି ଡାକ୍ତରଙ୍କ ନିଜ ମର୍ଜି ଯୋଗୁଁ ରୋଗୀ ସେବା ପାଇବାରୁ ବଞ୍ଚିତ ହେଉଥିବା ରୀତିମତ ଅଭିଯୋଗ ହୋଇଆସୁଛି। କାର୍ଯ୍ୟରେ ଅବହେଳା ଓ ଘରୋଇ ନର୍ସିଙ୍ଗ ହୋମ କୁ ଡାକ୍ତର ମାନେ ଯିବା ଅଧିକାଂଶ ସମୟରେ ସେଠାରେ ରହିବା ଯୋଗୁଁ ଲୋକେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।ଏନେଇ ବାରମ୍ବାର ଅଭିଯୋଗ ହେଲେବି କାର୍ଯ୍ୟରେ ଅବହେଳା କରୁଥିବା ଡାକ୍ତର ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେଉନାହିଁ।ଚଳିତ ମାସ ୨୬ ତାରିଖ ଦିନ ଆସିକା ଓଡ଼ିଆ ସାହିର ଅସିତ କୁମାର ବିଷୋୟୀ ଅମ୍ବଲିକଲ ହାର୍ନିଆ ଅସ୍ତ୍ରପ୍ରଚାର ପାଇଁ ପୂର୍ବ ତାରିଖ ଧାର୍ଯ୍ୟ ମୁତାବକ ମେଡ଼ିକାଲ କଲେଜ ରେ ଭର୍ତ୍ତି ହୋଇଥିଲେ।ପୂର୍ବରୁ ସମସ୍ତ ପ୍ରକାର ତନଖି ହେବା ପରେ ଅସ୍ତ୍ରପ୍ରଚାର ପାଇଁ ଅସିତଙ୍କୁ ଉଟିକୁ ନିଆଯାଇଥିଲା। ଉଟିକୁ ନେବାର ଦୀର୍ଘ ଦେଢ଼ ଘଣ୍ଟା ପରେ ଡାକ୍ତର କିମ୍ବା ନର୍ସ ମାନଙ୍କ ଦେଖା ନମିଳିବା ଯୋଗୁଁ ତାଙ୍କ ସାଙ୍ଗରେ ଯାଇଥିବା ପୁଅ ଏନେଇ ଅନ୍ୟ କର୍ମଚାରୀ ମାନଙ୍କୁ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିଲା।ଅସ୍ତ୍ରପ୍ରଚାର ପାଇଁ ଦୁଇ ଦୁଇ ଥର ଯାଇ ଅସ୍ତ୍ରପ୍ରଚାର ନହେବା ଫଳରେ ଅସିତ ଦୁଃଖରେ ନିଜ ଘରକୁ ଫେରିଛନ୍ତି। ସମସ୍ତ ପ୍ରକାର ତନଖି ରିପୋର୍ଟ ସଠିକ ଆସିବା ପରେ ଅସିତଙ୍କୁ ଅସ୍ତ୍ରପ୍ରଚାର ନକରିବା ପଛରେ କଣ ରହସ୍ୟ ରହିଛି, ବୋଲି ଅସିତ ନିସର୍ତ୍ତ କୁ ଦୁଃଖ ପ୍ରକାଶ କରି କହିଛନ୍ତି। ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ଡାକ୍ତର ମାନଙ୍କୁ ମୋଟାଅଙ୍କ ରେ ଦରମା ଦେଉଥିଲେବି କିଛି ଡାକ୍ତର ଅଧିକ ଅର୍ଥର ପ୍ରଲୋଭନ ହୋଇ ଘରୋଇ ନର୍ସିଙ୍ଗହୋମ କୁ ରୋଗୀ ମାନଙ୍କୁ ଯିବାକୁ ପ୍ରବାର୍ତ୍ତାଉଥିବା ଅଭିଯୋଗ ହେଉଛି। ଅସିତ କୁମାର ବିଶୋଇ ଙ୍କୁ ଦୁଇ ଥର ଅସ୍ତ୍ରପ୍ରଚାର କରିବାକୁ ଦିନ ଧାର୍ଯ୍ୟ କରିନକରିବା ପଛର ରହସ୍ୟ କଣ ହୋଇପାରେ ତାହା ତଦନ୍ତ ସଫେକ୍ଷ୍ୟ …?