ଉଦଯାପିତ ହେଲା ୩ ଦିନିଆ ସର୍ବଭାରତୀୟ ଡିଜିପି, ଦିଲ୍ଲୀ ଫେରିଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର : ଉଦଯାପିତ ହେଲା ୩ ଦିନିଆ ସର୍ବଭାରତୀୟ ଡିଜିପି- ଆଇଜିପି ସମ୍ମିଳନୀ । ଦିଲ୍ଲୀ ଫେରିଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ  ।  ଦେଶର ଜାତୀୟ ସୁରକ୍ଷା ନେଇ ପୋଲିସ ମୁଖିଆ ଓ ଅନ୍ୟ ସୁରକ୍ଷା ସଂସ୍ଥାର ମୁଖ୍ୟଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମ୍ମିଳନୀର ତୃତୀୟ ଦିନରେ ଡିଜି ଓ ଆଇଜିଙ୍କ ସମେତ ସୁରକ୍ଷା ମୁଖ୍ୟଙ୍କୁ ସମ୍ବୋଧନ କରିଥିଲେ ମୋଦି।

୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଏକ ଆଧୁନିକ ଓ ବିଶ୍ବସ୍ତରୀୟ ପୋଲିସ ଫୋର୍ସ ଗଠନ ଉପରେ ଗୁରୁତ୍ବ ଦେଇଛନ୍ତି। ଦେଶର ପୂର୍ବ ସୀମାରେ ପରିବର୍ତ୍ତନଶୀଳ ସୁରକ୍ଷା, ଅନୁପ୍ରବେଶ ରୋକିବା ଓ ସହରୀ ପୋଲିସର ଆଧୁନିକୀକରଣ ଉପରେ ଫୋକସ କରିଥିବା ଜଣାପଡ଼ିଛି।

୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ଆତଙ୍କବାଦ ମୂଳପୋଛ କରିବାକୁ ଟାର୍ଟେଟ ରଖିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଏହାର ସଫଳ କାର୍ଯ୍ୟକାରିତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୋଦି। ଦେଶରେ ବର୍ତ୍ତମାନ ସବୁଠାରୁ ବଡ଼ ଆତଙ୍କ ଭାବେ ମୁଣ୍ଡ ଟେକିଛି ସାଇବର ଅପରାଧ। ଡିପ୍ ଫେକ୍ ଭିଡିଓ ଏବଂ ଡିଜିଟାଲ ଆରେଷ୍ଟକୁ ରୋକିବାକୁ ସମସ୍ତ ଅତ୍ୟାଧୁନିକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ପୂର୍ବରୁ ଡିଫଫେକ ଓ ଡିଜିଟାଲ ଆରେଷ୍ଟ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସମ୍ମିଳନୀର ଆୟୋଜନ ନେଇ ସମସ୍ତେ ପ୍ରଶଂସା କରିଛନ୍ତି। ସମ୍ମିଳନୀ ପାଇଁ ଫୁଲପ୍ରୁଫ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପୁରା ସଫଳତାର ସହ ସମ୍ମିଳନୀ ଶେଷ ହୋଇଥିବା କହିଛନ୍ତି ପୋଲିସ କମିଶନର୍ ଏସ.ଦେବଦତ୍ତ ସିଂହ ।

nis-ad
Leave A Reply

Your email address will not be published.