ଫୁଲବାଣୀ : ଅବ୍ୟକ୍ତ ବି ବ୍ୟକ୍ତ କରେ ମନର କଥା, ବ୍ୟକ୍ତ କରେ ମୁକ ଓଠରେ ଅୟୁତ ବେଦନାର ବ୍ୟଥା, ବିପ୍ଳବର ବହ୍ନି, ମାନବିକତାର ମହନୀୟତା l ସୁପ୍ତ ଜାତିକୁ ଜାଗ୍ରତ କରିବା, ବିଶୃଙ୍ଖଳିତ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାର ଇଙ୍ଗିତ ଦେବା, ଭୁଷୁଡ଼ି ପଢ଼ୁଥିବା ସଂସ୍କାର, ସଂସ୍କୃତି, ଓ ବିକାଶର ସୌଧକୁ ସଳଖେଇ ବାର ଉତ୍ତର ଦାୟିତ୍ୱ ନେଇଥିବା ଗୋଟିଏ ରୁଚିପୂର୍ଣ୍ଣ, ଗ୍ରହଣୀୟ ପୁସ୍ତକ ” ଅବ୍ୟକ୍ତ ଅକ୍ଷର ” ର ପଢ଼ିବାର ସୁଯୋଗ ମିଳିଥିଲା ବୋଲି କହିଛନ୍ତି ଶିଶୁ କବି କୈଳାଶ ଚନ୍ଦ୍ର ଧଳ l ଜିଲ୍ଲା ପ୍ରଶାସନ ଓ କମଳା ପ୍ରକାଶିନୀ ଦ୍ୱାରା ଆୟୋଜିତ ପୁସ୍ତକ ମେଳାରେ I ଯାହାର ସ୍ରଷ୍ଠା ଯୁବ ଆଇ ଏ ଏସ, ଯୁବକବି ତଥା କନ୍ଧମାଳର ସମ୍ମାନନୀୟ ଜିଲ୍ଲାପାଳ ମାନନୀୟ ଶ୍ରୀ ଅମ୍ରିତ ଋତୁରାଜ ମହାଶୟଙ୍କର ପୁସ୍ତକର ଅଳଙ୍କରଣ ଓ ଆଙ୍ଗିକ ପରିପାଟୀ ଯେପରି ମନଲୋଭା, ଶବ୍ଦ ସଂଯୋଜନା ଓ ଭାବ ଏବଂ ବିଚାରରେ ପ୍ରତ୍ୟେକ ଅବ୍ୟକ୍ତ ଅକ୍ଷର ଭିତରେ ଭରି ରହିଛି ମୁଠା ମୁଠା କାବ୍ୟିକ ବାର୍ତ୍ତା l
ଫୁଲବାଣୀ ପୁସ୍ତକ ମେଳା ଅବସରରେ କମଳା ପ୍ରକାଶିନୀଙ୍କ ଷ୍ଟଲରେ ଉପଲବ୍ଧ କନ୍ଧମାଳ ଜିଲ୍ଲାପାଳ ମହୋଦୟଙ୍କ ପୁସ୍ତକର ଶତାଧିକ ପାଠକୀୟଙ୍କ ଆଦର ବେଶ ଅନୁଭବ ହେଲା l ଲୋଭ ସମ୍ବରଣ କରି ନ ପାରି ଅଧିକାଂଶ ଖଣ୍ଡେ ଖଣ୍ଡେ କିଣିବାକୁ ଲାଗିଲେ ମଧ୍ୟ ଜଣେ ସାଧାରଣ ପାଠକ ଭାବେ ଶ୍ରୀ ଧଳ ଏବଂ ଅନେକ ପାଠକୀୟ ପୁସ୍ତକ ଧରି ଏକ ଲୟରେ ପଢି ଚାଲିଛନ୍ତି l ସମସ୍ତେ ସବୁ ପଢି ନ ପାରିଥିଲେ ମଧ୍ଯ ଆହୁରି ଅପଢ଼ା ଅଛି କବିତାଗୁଡିକ ବେଶ ଭାବ ଗମ୍ଭୀର ବୋଲି କହିଛନ୍ତି ପାଠକୀୟ l ନିଜ ନିଜ ସ୍ଥାନରେ ଶ୍ରେଷ୍ଠ ଓ ଗତିଶୀଳତା ବେଶ ଉଚ୍ଚାଙ୍ଗ I ଅବ୍ୟକ୍ତ ଅକ୍ଷର ସହ ସାରଙ୍କ ଆଉ ଗୋଟେ ପୁସ୍ତକ ପଞ୍ଚ ଭୂତ l ସେହି କମଳା ପ୍ରକାଶିନୀ ରେ ଉପଲବ୍ଧ ହେଉ ଅଛି I ୫୦ ରୁ ଉର୍ଦ୍ଧ୍ୱ ବହି ପାଠକୀୟ ଆଦୃତି ପାଇ ସାରିଲାଣି ବୋଲି କମଳା ପ୍ରକାଶିନୀର ପ୍ରତିଷ୍ଠାତା ଡ଼ଃ ନୃସିଂହାନନ୍ଦ ମହାପାତ୍ର କୁହନ୍ତି l ବହିକୁ ଆଦର କରନ୍ତୁ, ବହି ପଢ଼ାରେ ସର୍ବଦା ରୂଚି ରଖନ୍ତୁ, ବହିଟିକୁ ବନ୍ଧୁ କରି ନିଅନ୍ତୁ I ଆଜି ପୁସ୍ତକ ମେଳା ଅବସରରେ ଏହି ଅନୁଚିନ୍ତା ରଖିବି ବୋଲି କହିଛନ୍ତି ବରିଷ୍ଠ କବି ତଥା ଲେଖକ ସାମ୍ମୁଖ୍ୟ ସଭାପତି ରବିନ୍ଦ୍ର ନାଥ ମିଶ୍ର,ଫିରିଙ୍ଗିଆ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଚିତ୍ତ ରଞ୍ଜନ ମିଶ୍ର, ପ୍ରସନ୍ନ ପଣ୍ଡା,ପ୍ରାଧ୍ୟାପିକା ହର ପ୍ରିୟା ମିଶ୍ର,କବି ବିଦେଶୀ ନାୟକ, କବୟିତ୍ରୀ ପ୍ରତିଭା ଦାସ ଏବଂ କୈଳାଶ ଚନ୍ଦ୍ର ଧଳ, ସମ୍ପାଦକ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ,ଓ ସମ୍ପାଦକ, ସମ୍ବାଦ ସାହିତ୍ୟ ଘର, ଫୁଲବାଣୀ ପ୍ରମୂଖ ଆଗ୍ରହର ସହ ଖଣ୍ଡିଏ ଖଣ୍ଡିଏ ପୁସ୍ତକ କିଣି ନେବାର ଦେଖିବାକୁ ମିଳିଥିଲା l