ଝରିଗାଁ ବ୍ଲକ ପାଲିଆ ବିଜେଡି ପଞ୍ଚାୟତ ସଭାପତିଙ୍କୁ ଗୁଳି

ଉମରକୋଟ /ଝରିଗାଁ : ଝରିଗାଁ ବ୍ଲକ ପାଲିଆ ବିଜେଡି ପଞ୍ଚାୟତର ସଭାପତିଙ୍କୁ ଗୁଳିମାଡ଼ । ମିଳିଥିବା ସୂଚନା ଅନୁଯାୟୀ ପାଲିଆ ପଞ୍ଚାୟତର ବିଜେଡି ପଞ୍ଚାୟତ ସଭାପତି ଡମନା ଭତ୍ରା(୩୨) କାଲି ରାତି ଆନୁମାନିକ ପ୍ରାୟ ୭.୩୦ ଘଣ୍ଟା ସମୟରେ ଘରୁ ଖାଇବା ପରେ ଦମନା ତାଙ୍କ ଜମି ନିକଟରେ ଅପେକ୍ଷା କରିଥିବା ତାଙ୍କ ସାଙ୍ଗକୁ ଡାକିବା ପାଇଁ ଯାଇଥିଲେ।କିନ୍ତୁ ଗାଁରେ ଚାଲିଥିବା ଏକ ବିବାଦ ନିକଟରେ ପହଞ୍ଚିବା ପରେ ସେହି ଗ୍ରାମର କପୁର ନାମକ ଜଣେ ଯୁବକ ଡମନା କିଛି ବୁଝିବା ପୂର୍ବରୁ ଡାହାଣ ପଟ କାନ୍ଧରେ ଏକ ଦେଶି ବନ୍ଧୁକରେ ଗୁଳି କରିଥିଲା।ଏହା ଦେଖି ଉପସ୍ଥିତ ଗ୍ରାମବାସୀ ତୁରନ୍ତ ଡମନାଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତୀ କରିଥିଲେ। ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପୁର୍ଣ ଥିବାରୁ ଝୋରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାୟଳକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଝରିଗାଁ ପୋଲିସ ଉକ୍ତ ଗାଁକୁ ଯାଇ କପୁରକୁ ଉଠାଇ ଆଣି ଥାନାରେ ପଚରା ଉଚରା କରୁଛନ୍ତି ।

ଗୁରୁତର ଡମନା କହିଛନ୍ତି ସେ ରାତି ଆନୁମାନିକ ଘ.୭.୩୦ ମିନିଟ ସମୟରେ ଘରେ ଖାଇସାରି ନିଜ ଜମି ନିକଟରେ ଅପେକ୍ଷା କରି ରହିଥିବା ତାଙ୍କ ସାଙ୍ଗକୁ ଡାକିବା ପାଇଁ ଯାଉଥିଲେ,ସେହି ସମୟରେ କପୁର ନାମକ ଜଣେ ଯୁବକ ତାର ନିଜ ଘର ନିକଟରେ ଲୁଚି ରହି ଗ୍ରାମର ବିଭିନ୍ନ ଲୋକ ସହ କଳି କରୁଥିଲା ଏବଂ ଗ୍ରାମର ଲୋକ ମାନେ ମଧ୍ୟ ସେଠାରେ ରହି ଗାଳିଗୁଲଜ କରୁଥିଲେ। ଗାଳିଗୁଲଜ କାହିଁକି କରୁଛ ଡମନା ଲୋକ ମାନଙ୍କ ପଚାରିବା ପରେ କପୂର ହଟାତ ନିଜ ଘରଠୁ ବାହାରି ତାର ବନ୍ଧୁକରେ ଡମନା କୁ ଗୁଳି କରି ଦେଇଥିଲା। କପୁରଙ୍କ ସହିତ ଡମନାର କୌଣସି ପୂର୍ବ ଶତ୍ରୁତା ନ ଥିଲା ବୋଲି ଡମନାର କହିବା କଥା।ଡମୁନାଙ୍କ ସ୍ତ୍ରୀ ବୈଦି ଭତ୍ରା ଙ୍କ ସୂଚନା ଅନୁଯାୟୀ ସେହି ଗାଁର କପୁର ନାମକ ଜଣେ ଯୁବକ ତାଙ୍କ ସ୍ୱାମୀଙ୍କ ଗୁଳି କରିଥିବା ବେଳେ ତାଙ୍କ ସହିତ କୌଣସି ପୂର୍ବ ଶତ୍ରୁତା ନଥିଲା ବୋଲି କହିଛନ୍ତି। ତେବେ ଡମନାର ପରିବାର ବର୍ଗ ଡମନା କୁ ନେଇ ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନାକୁ ଯାଇଥିବାରୁ ଖବର ଲେଖାହେବା ପର୍ଯ୍ୟନ୍ତ ଥାନାରେ କୌଣସି ଏତଲା ଦିଆଯାଇନାହିଁ।

nis-ad
Leave A Reply

Your email address will not be published.