ଦୁର୍ଘଟଣାରେ ୨ ଗୁରୁତର, ୪ ଆହତ…

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଇଲାକାର ପୃଥକ ସ୍ଥାନରେ ଦୂର୍ଘଟଣା ଘଟି ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଆହତ ମାନେ ହେଲେ ପାଟପୁର ଥାନା ଚିଟିଖଣ୍ଡି ଗ୍ରାମର ଦଣ୍ଡପାଣି ଦାସ (୬୦), ଶେରଗଡ଼ ଥାନା ଡେଙ୍ଗାପଦର ଗ୍ରାମର କାହ୍ନୁ ଦାସ (୨୨), କୋଟିନଡା ଥାନା ପଢାଳ ଜୟପୁର ଗ୍ରାମର ସୁକାନ୍ତି ନାହାକ (୫୨) ଓ ପପୁ ନାହାକ (୨୫) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଦଣ୍ଡପାଣି ଓ କାହ୍ନୁଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ପ୍ରକାଶ ଯେ, ରବିବାର ଅପରାହ୍ନରେ ହିଞ୍ଜିଳି ଥାନା ସିକିରି ଗ୍ରାମ ନିକଟରେ ଶେରଗଡ଼ ଥାନା ଡେଙ୍ଗାପଦର ଗ୍ରାମର କାହ୍ନୁ ଓ ପାଟପୁର ଥାନା ଚିଟିଖଣ୍ଡି ଗ୍ରାମର ଦଣ୍ଡପାଣି ମୋଟର ସାଇକେଲ (ଓଡି୦୭ଏକ୍ୟୁ ୯୮୫୯) ଯୋଗେ ଗ୍ରାମରୁ ସିକିରି ଅଭିମୁଖେ ଯାଉଥିବା ବେଳେ ତାରାତାରିଣୀ ଠାରୁ ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିବା ଏକ ଟ୍ରକ୍ (ଓଡି୧୫ ଏଲ ୦୮୫୦) ସହ ଧକ୍କା ଘଟିଥିଲା। ଦୁର୍ଘଟଣାରେ ବାଇକ୍ ଆରୋହୀ ଓ ସାଥି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଅନୁରୂପ ଭାବେ କୋଟିନଡା ଥାନା ପଢାଳ ଜୟପୁର ଗ୍ରାମର ସୁକାନ୍ତି ଓ ପପୁ ମୋଟର ସାଇକେଲ ଯୋଗେ ହିଞ୍ଜିଳି ଥାନା ପୋଚିଲିମା ଗ୍ରାମରୁ ଲଙ୍ଗଳଦେଇପୁର ଯାଉଥିବା ବେଳେ ସାରୁ ଛକ ନିକଟରେ ମୋଟର ସାଇକେଲ ଉପରକୁ ଏକ ମାଙ୍କଡ ଡେଇଁ ପଡିଥିଲା। ବାଇକ୍ ଚାଳକ ଭାରସାମ୍ୟ ହରାଇ ରାସ୍ତା ପ୍ବାର୍ଶ୍ବକୁ ଓଲଟି ପଡି ଉଭୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।‌

nis-ad
Leave A Reply

Your email address will not be published.