ବିପ୍ପଣୀ ନିରୀକ୍ଷକମାନେ ମଣ୍ଡିରେ ଧାନ ବିକ୍ରୟ କରିବାକୁ ଚାଷୀମାନଙ୍କୁ ସଚେତନ କରିବାକୁ ପରାମର୍ଶ : ଜିଲ୍ଲାପାଳ

ଫୁଲବାଣୀ : ଖରିଫ୍ ବର୍ଷ- ୨୦୨୪-୨୫ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିପ୍ପଣୀ ନିରୀକ୍ଷକମାନେ ମଣ୍ଡିରେ ଧାନ ବିକ୍ରୟ କରିବାକୁ ଚାଷୀମାନଙ୍କୁ ସଚେତନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଚଳିତ ବର୍ଷଠାରୁ କଟନି ଛଟନି ହେବ ନାହିଁ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ମାସ ଶେଷ ସୁଦ୍ଧା ମଣ୍ଡିଗୁଡ଼ିକ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନେଟ୍‌ଓ୍ୱାର୍କ ଥିବା ସ୍ଥାନରେ ଦ୍ବିତୀୟ ଧାନ କ୍ରୟ କେନ୍ଦ୍ର ଖୋଲିବ ଖ‌ିବା ଆବଶ୍ୟକ । ଚାଷୀମାନେ ଚଳିତ ବର୍ଷର ଧାନ ବିକ୍ରୟ କରନ୍ତୁ କାରଣ ଫେୟାର ଆଭରେଜ୍ କ୍ୱାଲିଟି କିମ୍ବା ଗ୍ରେଡ୍- -ଏ ଧାନ ମିଲର୍‌ମାନେ କିଣିବାକୁ ଚାହୁଁଛନ୍ତି । ଚାଷୀମାନଙ୍କୁ ଏ ଦିଗରେ ସଚେତନ କରିବାର ଆବଶ୍ୟକତ ତା ରହିଛି । ଯଦି ଆବଶ୍ୟକ ପଡ଼େ ଅତିରିକ୍ତ ମିଲର୍ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ। ରବି ଫସଲ ପାଇଁ ମଣ୍ଡି ଖୋଲିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବାପାଇଁ ଅନୁରୋଧ କରାଯାଇଥିଲା। ବେସାମରିକ ଯୋଗାଣ ଅଧିକାରୀ ଶ୍ରୀ ଜ୍ଞାନେନ୍ଦ୍ରିୟ ମିଶ୍ର ଚଳିତ ବର୍ଷର ଧାନ କ୍ରୟ ପାଇଁ ସରକାରଙ୍କ ଯୋଜନା ସବୁ କ’ଣ ରହିଛି ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ କେଉଁ କେଉଁ ବ୍ୟବସ୍ଥା କରିଛି ସେ ବିଷୟରେ ବୈଠକରେ ପାଓ୍ବାର ପଏଣ୍ଟ ମାଧ୍ୟମରେ ସୂଚନା ଦେଇଥିଲେ। ସେ କହିଲେ ଧାନ କ୍ରୟରେ ଅସୁବିଧା ନ ହେବା ପାଇଁ ନୋଡାଲ ଅଫିସର ନିଯୁକ୍ତି ହେବା ସହିତ ଜିଲ୍ଲା ବେସାମରିକ ଯୋଗାଣ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍ ଖୋଲାଯିବ । ସମସ୍ତଙ୍କ ନିଷ୍ପତିକ୍ରମେ ଚଳିତ ବର୍ଷ ତା.୧୦.୧୨. ୨୦୨୪ରିଖ ରିଖରୁ ଜିଲ୍ଲାରୁ ଧାନ କ୍ରୟ କରିବା ଆରମ୍ଭ ହେବ ବୋଲି ସ୍ଥିର କରାଗଲା।
ଶ୍ରୀ ମିଶ୍ର ଦେଇଥିବା ସୂଚନାରୁ ଜଣାପଡ଼ିଛି ଯେ, ଆର୍.ଏମ୍.ସି. ଫୁଲବାଣୀ ଓ ଟିକାବାଲି କାର୍ଯ୍ୟକରୁଛି । ଖରିଫ୍ ବର୍ଷ- ୨୦୨୪-୨୫ ପାଇଁ ୨୨ ଗୋଟି ଲାମ୍ପ୍ସ ଅଂଶଗ୍ରହଣ କରିଥିବା ବେଳେ ଗୋଟିଏ ମହିଳା ସୟଂ ସହାୟିକା ଗୋଷ୍ଠୀ ଅଂଶଗ୍ରହଣ କରିଛନ୍ତି । ଗତବର୍ଷ ୩ ହଜାର ୮୭୫ଜଣ ଚାଷୀ ପଞ୍ଜିକୃ ପଞ୍ଜିକୃତ ହୋଇଥିବା ବେଳେ ଚଳିତ ବର୍ଷ ୩ହଜାର ୫୧୦ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି । ଅଧିକ ମଣ୍ଡି ବ୍ୟାବସ୍ଥା କରିବା ପାଇଁ ଚାଷୀ ମାନେ ଆବେଦନ କଲେ ତାହା କୃଷି ବିଭାଗକୁ ଜଣାଇ ଦିଆଯିବ । ବିକ୍ରୟ ପାଇଁ ଆସୁଥିବା ଧାନକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସୁରକ୍ଷିତ ଅବସ୍ଥାରେ ରଖିବା ପାଇଁ ବ୍ୟବସ୍ଥା କରାଯିବ । ଚଳିତ ଖରିଫ୍ ବର୍ଷ ପାଇଁ ଫେୟାର ଆଭରେଜ୍ କ୍ଵାଲିଟି ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ କ୍ରିଣ୍ଟାଲ ପିଛା ୨ହଜାର ୩୦୦ଟଙ୍କା ଥିବାବେଳେ ଗ୍ରେଡ୍-ଏ ଧାନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ୨ହଜାର ୩୨୦ଟଙ୍କ ରଖାଯାଇଛି। ଅବଶ୍ୟକ ହେଲେ ଅନ୍ୟ ଜିଲ୍ଲାରୁ ଅତିରିକ୍ତ ମିଲର ଙ୍କୁ ଆମ ଜିଲ୍ଲାରୁ ଧାନ କ୍ରୟ ପାଇଁ ସୁଯୋଗ ଦିଆଯିବ ଏବଂ ଧାନ ସଂଗ୍ରହ ପାଇଁ ସେମାନ ସେମାନଙ୍କୁ ଅଧିକ ସଂଖ୍ୟକ ଗାଡ଼ି କିଣିବାକୁ କୁହାଯିବ। ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀ ଶ୍ରୀ ଦିଲ୍ଲିପ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଉକ୍ତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ -ତଥା- କାର୍ଯ୍ୟନିର୍ବାହୀ ଅଧୁକାରୀ, ଜିଲ୍ଲା ପରିଷଦ; କନ୍ଧମାଳ ଶମ୍ଭୁନାଥ ନନ୍ଦୀଙ୍କ ସମେତ ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀ ଶ୍ରୀ ଶ୍ରୀ ସୂର୍ଯ୍ୟ କୁମାର ପାଣିଗ୍ରାହୀ, କୃଷକ ପ୍ରତିନିଧି , ମିଲର୍, ନିୟନ୍ତ୍ରିତ ବଜାର ନାର କମିଟି ଗୁଡ଼ିକର ସମ୍ପାଦକ, ବିଭାଗୀୟ ଭାଗୀୟ ଅଧିକାରୀମାନେ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

nis-ad
Leave A Reply

Your email address will not be published.