ଜିଲ୍ଲାରେ ପର୍ଯ୍ୟଟନସ୍ଥଳର ବିକାଶ ଲାଗି ପର୍ଯ୍ୟଟନ ବିଭାଗକୁ ପତ୍ର ଲେଖିଲେ ବିଧାୟକ ନରସିଂହ ମାଡକାମୀ

ମାଲକାନଗିରି : ମାଲକାନଗିରି ଦୀର୍ଘବର୍ଷ ଧରି ଜିଲ୍ଲାରେ ମାଓ ପ୍ରଭାବ ଯୋଗୁଁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଠପ ହୋଇ ପଡ଼ିଥିଲା । ଯାଦ୍ୱାରା ଜିଲ୍ଲା ର ସବୁଜିମା ଓ ବିଭିନ୍ନ ଦର୍ଶନୀୟ ସ୍ଥାନ,ଜଳ ପ୍ରପାତ ଓ ପାର୍କ ପାଇଁ ଅନୁକୂଳ ଜାଗାର ବିକାଶ ସମ୍ଭବ ହୋଇପାରୁ ନଥିଲା । ମାଓ ଉପ ଦ୍ରଵ କମିବା ପରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ବିକାଶ ଓ ସୌନ୍ଦର୍ଯ୍ୟ କରଣ ପାଇଁ ମାଲକାନଗିରି ଶ୍ରୀ ନରସିଂହ ମାଡ଼କାମି ଭାଇ ପର୍ଯ୍ୟଟନ ବିଭାଗରେ ଚିଠି ଲେଖି ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳୀକୁ ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ଦାବି କରିଛନ୍ତି। ଜିଲ୍ଳାର 16 ଟି ସ୍ଥାନ ଯଥା ମଲ୍ଲିକେଶ୍ୱର ମନ୍ଦିର , ଯଦୁଗୁଡ଼ା ଶିବ ମନ୍ଦିର,ତରଭୁ ଜଳ ପ୍ରପାତ, ବୋଣ୍ଡା ଘାଟି, ସିତାକୁଣ୍ଡ, ମାନ୍ୟମକୋଣ୍ଡା ବଡ଼ ଠାକୁର, ଥାପାଗୁଡ଼ା ଶିବ ମନ୍ଦିର,ପଡ଼ିଆ କମାରଗୁଡ଼ା ପାର୍କ , ଡେକରାଯୋଡ଼ି ଜଳ ପ୍ରପାତ,ତ୍ରିବେଣୀ ସଙ୍ଗମ ମୁଗି ପଏଣ୍ଟ ,ଖୋରିକାଯୋଡ଼ି ପାର୍କ,ପଡ଼ିଆ ଜଗନ୍ନାଥ ମନ୍ଦିର,ପୋଲୁରୁ ଇତ୍ୟାଦିର ବିକାଶ ଓ ସୌନ୍ଦର୍ଯ୍ୟ କରଣ ପାଇଁ ଦାବି କରିଛନ୍ତି।

nis-ad
Leave A Reply

Your email address will not be published.