ମଶାଣି ଯିବାକୁ ଶବ ଖୋଜୁଛି ରାସ୍ତା, ବାଜି ଲାଗୁଛି ଗ୍ରାମବାସୀଙ୍କ ଜୀବନ

ଲକ୍ଷ୍ମୀପୁର : ମଶାଣି ଯିବାକୁ ରାସ୍ତା ନାହିଁ। ଗାଁ ର କିଏ ମୃତ୍ୟୁ ହେଲେ ଜୀବନ କୁ ବାଜି ଲଗାଇ ନଦୀ ପାରି ହେବାକୁ ପଡୁଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡା ପଦର ପଞ୍ଚାୟତ ଅଧିନସ୍ଥ ଚାରିନି ବେଢ଼ା ଗାଁ ରେ। ଏହି ଗ୍ରାମରେ ୧୫ ପରିବାର ଲୋକ ବସବାସ କରନ୍ତି। ଜନସଂଖ୍ୟା ପାଖାପାଖି ୮୦ ଲୋକ ହେବେ। ଗ୍ରାମ ବାସୀ କହିବା ଅନୁସାରେ ଗତ କାଲି, ଗାଁ ର ବନ୍ଦରା ଜାନୀ ଙ୍କ ଝିଅ, ମୃତ, ଦିପା ଜାନୀ (୧୩) ସେ ପ୍ରବଳ ଜର ରୁ ପିଡିତ ଥାଇ ମୃତ୍ୟୁ ହୋଇ ଥିଲା। ତାଙ୍କ ଶବ ସତ୍କାର କରିବା ଲାଗି ଗ୍ରାମ ବାସୀ, ଜୀବନ କୁ ବାଜି ଲଗାଇ,ମାଙ୍କଡ ଗୁଡା ଗାଁ ନିକଟସ୍ଥ, ଖୁସି ସିଲ୍ ନଦୀ ପାରି ହୋଇ ଶ୍ମଶାନ କୁ ଶୋବ ବହି ନେଉଥିବା ଦେଖିବାକୁ ମିଳିଛି। କେବଳ ଉପରୋକ୍ତ ଗୋଟିଏ ଗାଁ ଲୋକ ନୁହେଁ, ମାଙ୍କଡ଼ ଗୁଡା, ମହୁ ଗାଁ. ମଧୁ ଵିସାଳି ଲୋକ ମଧ୍ୟ ଦୁର୍ଦ୍ଦଶା ଭୋଗୁ ଥିବା, ଗ୍ରାମବାସୀ କହିଛନ୍ତି। ଗ୍ରାମବାସୀ ଙ୍କ କହିବା କଥା ହେଲା ଗାଁ ର କେହି ମୃତ୍ୟୁ ହେଲେ, ଏଭଳି ସମସ୍ୟା ଭୋଗିବାକୁ ପଡୁଛି। ଖରା ଓ ଶିତ ଦିନ କଷ୍ଟେ ମଷ୍ଟେ ନଦୀ ପାରି ହେବାକୁ ପଡୁଛି। ବର୍ଷା ଦିନେ କେହି ମୃତ୍ୟୁ ହେଲେ ଶୋବ ଧରି ମଶାଣି ଯିବାକୁ ବହୁ ସମସ୍ୟା ଭୋଗିବାକୁ ପଡୁଛି ବୋଲି ଗ୍ରାମବାସୀ କହିଛନ୍ତି। ଏଭଳି ସମସ୍ୟା କୁ ଦୃଷ୍ଟିରେ ରଖି ବାରମ୍ବାର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପ୍ରଶାସନ କୁ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି। କିନ୍ତୁ ପ୍ରଶାସନ ର ଆନ୍ତରିକତା ଅଭାବ ଯୋଗୁଁ ଆଜି ପର୍ଯ୍ୟନ୍ତ କୈାଣସି ସୁଫଳ ମିଳୁନାହିଁ ବୋଲି ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏଥିରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଏହି ନଦୀ ରେ ସ୍ଥାୟୀ ପୋଲ ନିର୍ମାଣ କଲେ ଅଞ୍ଚଳ ବାସୀ ଉପକୃତ ହେବେ ବୋଲି ଗ୍ରାମବାସୀ ନିବେଦନ କରିଛନ୍ତି।

nis-ad
Leave A Reply

Your email address will not be published.