ବ୍ରହ୍ମପୁର : ଗୋଶାଣୀନୂଆ ଗାଁ ଥାନା ଅଞ୍ଚଳରେ ଗତ ୨୦୧୩ ଜାନୁୟାରୀ ୨୯ ତାରିଖରେ ହୋଇଥିବା ବହୁ ଚର୍ଚ୍ଚିତ ବ୍ରହ୍ମପୁର ଶାନ୍ତି ମିଶ୍ର ହତ୍ୟା ମାମଲାରେ ୧୧ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ । ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନେ ହେଲେ ରାକେଶ ପଣ୍ଡା ଓରଫ ମାଙ୍ଗ,ଟୁକୁନା ବେହେରା, ଡାକ୍ତର ଅରଫ ସନ୍ତୋଷ କୁମାର ସାହୁ, ମୂର୍ତ୍ୟୁଞ୍ଜୟ ସାବତ, ଇଚିଲି ଓରଫ ସନ୍ତୋଷ ପାଣିଗ୍ରାହୀ, ବୁଡୁଦାସ, ଗଣେଶ ପାଣିଗ୍ରାହୀ, ଏସକେ ଜାଫିର୍,ବାବାଜୀ ରଣା, ଶଙ୍କର୍ଷଣ ପାଢ଼ୀ ଓ ଶଙ୍କର ବେହେରା । ଏହି ମାମଲାର ବିଚାରଣ ସରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ମଉଜ ମିଶ୍ର ଏଯାବତ ଫେରାର ରହିଛି।
ସେ ବାରମ୍ବାର ପୋଲିସ କୁ ଚକମା ଦେଇ ଆସୁଛି, ଦୀର୍ଘ ୧୧ ବର୍ଷ ହେଲା ସେ ଫେରାର ରହିଛି l ଶୁଣିବାକୁ ମିଳୁଛି ଜଣେ ଆଗ ଧାଡ଼ିର ନେତା ଙ୍କ ତା ପ୍ରତି ଆଶ୍ରିବାଦ ରହିଛି ବୋଲି ଦେଖା ଯାଉ ପୋଲିସ ତାକୁ କେବେ ଧରିବାରେ ସକ୍ଷମ ହେବ ତାହା ସମୟ କହିବ
Sign in
Sign in
Recover your password.
A password will be e-mailed to you.
Prev Post
Next Post