;
ବ୍ରହ୍ମପୁର : ଗୋପାଳପୁର ଥାନା ଅନ୍ତର୍ଗତ ବହାଦୁରପେଟା ଗ୍ରାମର ପି. କୈଳାସ ରେଡି ଗାଁ ର ଜଳ ଯୋଗାଣ ଦାୟିତ୍ୱ ରେ ରହିଥିଲେ।ଗତ ୪ ତାରିଖରେ ସେ ଜଳ ଯୋଗାଣ କରି ଥିଲେ କିନ୍ତୁ ଆଉ ତାହାକୁ ବନ୍ଦ କରି ନ ଥିଲେ। ଫଳରେ ପାନୀୟ ଜଳ ଗାଁ ଦାଣ୍ଡରେ ଭାସିଥିଲା ।ଏହାକୁ ବନ୍ଦ କରିବା ପାଇଁ କେ କାଳୁ ରେଡି ବନ୍ଦ କରିବା ପାଇଁ କୈଳାସ ରେଡିକୁ କହିଥିଲା।ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ତାହାପର ଦିନ ସକାଳୁ କାଳୁ ରେଡି ବ୍ୟବସାୟ କରିବା ପାଇଁ ବାହାରୁ ଥିବା ବେଳେ କୈଳାସ ରେଡି ଏବଂ ତାଙ୍କ ଭାଇ ପି. ଲୋକନାଥ ରେଡି, ଗୁରୁନାଥ ରେଡି ଏବଂ ତାଙ୍କ ପୁଅ ପି. ଚିନା ସଂଘବଦ୍ଧ କାଳୁ କୁଖଣ୍ଡା ଏବଂ ଲୁହା ଛଡ଼ ରେ ଆକ୍ରମଣ କରିଥିଲେ।ଯେଉଁଥିରେ କାଳୁ ଗୁରୁତର ଆହତ ହୋଇଥିଲେ।ତେବେ ତାଙ୍କୁ ବଞ୍ଚାଇବା କୁ ଯାଇ ଗାଁର କିଛି ଲୋକ ମଧ୍ୟ ଆହତ ହୋଇଥିଲେ।ଗ୍ରାମବାସୀ ମାନେ ଉଭୟ ଆହତଙ୍କୁ ଏମକେସିଜି ମେଡ଼ିକାଲ ରେ ଭର୍ତ୍ତି କରିଥିଲେ।ଏନେଇ କାଳୁ ରେଡ଼ିଙ୍କ ପୁଅ ଗଣେଷ ରେଡି ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ କୁ ଭିତ୍ତି କରି ପୋଲିସ ୪ଜଣଙ୍କୁ ଗିରଫ କରିବା ସହିତ ଆକ୍ରମଣ ସମୟରେ ବ୍ୟବହୃତ ଖଣ୍ଡା ଏବଂ ପାଇପ କୁ ଜବତ କରିଛି।ଏବଂ ଏହି ଘଟଣା ରେ ଅନ୍ୟ କାହାର ସମ୍ପୃକ୍ତି ରହିଛି ତଦନ୍ତ ଜାରି ରହିଥିବା ପୋଲିସ କହିଛି।