କେନ୍ଦ୍ରୀୟ ବିଦ୍ୟାଳୟରେ ଭିଜିଲାନ୍ସ ସପ୍ତାହ ପାଳନ

ଛତ୍ରପୁର : କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନୂଆଦିଲ୍ଲୀ ନିର୍ଦ୍ଦେଶରେ, ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟ ଦ୍ଵାରା ଭିଜିଲାନ୍ସ ସଚେତନତା ସପ୍ତାହ ୨୮ ଅକ୍ଟୋବର ରୁ ୩ ନଭେମ୍ବର ୨୦୨୪ ପାଳନ ଅବସରରେ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ତାଙ୍କ ପାଇଁ ସତ୍ୟନିଷ୍ଠା ଓ ସଚ୍ଚୋଟତା ନେଇ ଶପଥ ଗ୍ରହଣ ଏବଂ ଏହି ବର୍ଷର ବିଷୟବସ୍ତୁ “ଜାତିର ସମୃଦ୍ଧତା ପାଇଁ ଅଖଣ୍ଡତାର ସଂସ୍କୃତି” ଉପରେ ବକ୍ତବ୍ୟ ରଖାଯାଇ ଥିଲା, ଦୁର୍ନୀତିମୁକ୍ତ ଭାରତ ପ୍ରସଙ୍ଗରେ ପୋଷ୍ଟର ତିଆରି ର ତିଆରି ଏବଂ ସ୍ପିଚ୍ ଖେଳ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଉପସ୍ଥାପନ କରାଯାଇ ଥିଲା । ଏହି ଅବସରରେ ଛତ୍ରପୁର ଇଣ୍ଡିଆନ୍ କୋଷ୍ଟଗାର୍ଡ ଅଧିକାରୀଙ୍କ ଏକ ଟିମ୍ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାର୍ଥୀ ମାନଙ୍କୁ ସମ୍ବୋଧିତ କରିଥିଲେ ଏବଂ ଅଖଣ୍ଡତା ପ୍ରତିଶ୍ରୁତିର ଶପଥ ଗ୍ରହଣ କରାଇ ଥିଲେ। ବିଦ୍ୟାଳୟର ଇନ୍-ଚାର୍ଜ ପ୍ରିନ୍ସିପାଲ୍ ରାଜେନ୍ଦ୍ର କୁମାର ପଣ୍ଡା ଛାତ୍ରମାନଙ୍କୁ ଦୈନିକ ଜୀବନରେ ସଚ୍ଚୋଟତା ଏବଂ ସାଧୁତାର ମୂଲ୍ୟ ଶିକ୍ଷା ଦେଇଥିଲେ। ବିଦ୍ୟାଳୟ ଶିକ୍ଷୟତ୍ରୀ କୁମାରୀ ସଞ୍ଚିତା ବାନାର୍ଜୀ ଏବଂ ଶିକ୍ଷକ ସୁଧାଂଶ ଭୂଷଣ ପାଢ଼ୀ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

nis-ad
Leave A Reply

Your email address will not be published.