ଆମ୍ଭ କୋଇଲି ଯାଉ ଖାଇ ଦୁଇ ମୃତ ଛଅ ଗୁରୁତର…

ସରକାରୀ ଯୋଜନା ଏଠାରେ ଧର୍ମକୁ ଆଖିଠାର…!

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗ୍ରାମର ଦଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଆମ୍ବ କୋଇଲିରୁ ପ୍ରସ୍ତୁତ ଯାଉ ଖାଇ ୬ ପରିବାରର ୮ଜଣ ମହିଳା ଅସୁସ୍ଥ ହୋଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ମୃତ୍ୟୁ ବ୍ୟକ୍ତି ମାନେ ହେଲେ ରମୀତା ପାଟ ମାଝୀ ବୟସ ୨୫ , ରୁନୁ ମାଝୀ ବୟସ ୨୮ ।ସୂଚନା ମୁତାବକ ଗତ ୨୩ ତାରିଖ ଦିନ ପୂର୍ବ ପୁରୁଷ ଅମଳରୁ ପାରମ୍ପାରିକ ଖାଦ୍ୟ ଭାବେ ଆମ୍ବ କୋଇଲିରୁ ଯାଉ ପ୍ରସ୍ତୁତ କରି ଗ୍ରାମର ପ୍ରାୟ ୨୦ ପରିବାରର ୩୦ ରୁ ଉର୍ଦ୍ଧ୍ବ ଲୋକେ ଖାଇଥିଲେ, ସେଥିରୁ ବଳକା ଥିବା କୋଇଲିକୁ ଗଚ୍ଛିତ ରଖି ଗତ ମଙ୍ଗଳବାର ଦିନ ପୁଣି ଥରେ ପ୍ରସ୍ତୁତ କରି କିଛି ମହିଳା ଖାଇଥିଲେ । କୌଣସି କାରଣରୁ ବିଷାକ୍ତ ହୋଇ

ଯାଇଥିବା ନେଇ ଲୋକେ ସନ୍ଦେହ କରୁଛନ୍ତି । ସେଥି ମଧ୍ୟରୁ ଗୁରୁବାର ଦିନ ରମିତା ଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ନିଆ ଯାଇଥିଲା ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା l ଶୁକ୍ରବାର ଦିନ ପୁଣି ଅଚାନକ ଭାବେ ଆଉ ୭ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ମେଡ଼ିକାଲ ରେ ଭର୍ତ୍ତି କରାଯାଇ ଥିଲା l ପ୍ରଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ ହେଲେ ବ୍ରହ୍ମପୁର ନେବା ବାଟରେ ରୁନୁ ମାଝୀଙ୍କ ମୃତ୍ୟୁ ଘଟିଥିଲା । ଆଉ ୬ ଜଣ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣାପଡ଼ିଛି। ସେମାନେ ହେଲେ ପ୍ରଭାତୀ ପାଟ ମାଝୀ ବୟସ ୩୨ , ଡ୍ରାଙ୍ଗାଲୁ ପାଟ ମାଝୀ ବୟସ ୫୫ ,ଟୁନି ମାଝୀ ବୟସ ୪୫ ,ସୁଷମା ପାଟ ମାଝୀ ବୟସ ୨୫, ଜିତା ମାଝୀ ବୟସ ୩୦, ଜିବନ୍ତି ମାଝୀ ବୟସ ୪୫ । ଖବର ପାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତହସିଲଦାର ଶ୍ରୀ ଶରତ ଶବର, ବିଡ଼ିଓ ଶ୍ରୀ ପ୍ରୀତି ରଞ୍ଜନ ରଥ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କ ରେ ଅନୁଧ୍ୟାନ କରିଥିଲେ । ଦେଶ ସ୍ୱାଧୀନ ହେବାର ୭୮ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜିବି ସେମାନେ ଆମ୍ବ ଟାକୁଆରୁ ଯାଉ ଖାଉଛନ୍ତି l ଏଠାରେ ସୂଚନା ଥାଉକି ତାଙ୍କ ପାଖରେ କଣ ସରକାରଙ୍କ ଯୋଜନା ପହଂଚି ପାରୁନି l କଣ ସେମାନଙ୍କୁ ସରକାର ଯୋଗାଉ ଥିବା ଚାଉଳ ପହଞ୍ଚି ପାରୁନି ଯେ ସେମାନେ ଆମ୍ବ ଟାକୁଆ ଯାଉ ଖାଉଛନ୍ତି l ଯାହାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମରୁଛି ଅନୁସନ୍ଧାନ ରୁ ଜଣା ପଡିଛି ଜେ ଦୀର୍ଘ ୩ ମାସ ହେଲା ସରକାରୀ ଚାଉଳ ମିଳିନାହିଁ ଯାହା ଫଳରେ ଏହି ଆମ୍ବ ଟାଙ୍କୁ କୁ ପେଜ ବା ଯାଉ କରି ଖାଦ୍ୟ ପରି ବ୍ୟବହାର କରିଛନ୍ତି l ଏ ନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ସହ ତାଙ୍କ ପରିବାର ପ୍ରତି କ୍ଷତି ପୂରଣ ଦେବାକୁ ସର୍ବ ସାଧାରଣରେ ଦାବି ହେଉଛି l ଏବଂ ଦୀର୍ଘ ଦିନ ହେଲା ସରକାରୀ ଚାଉଳ କାହିଁକି ମିଳିନାହିଁ ତାହାବି ତଦନ୍ତ ସାଫେକ୍ଷ….

nis-ad
Leave A Reply

Your email address will not be published.