ବଢ଼ି ଚାଲିଛି ଗଞ୍ଜାମ ଜିଲ୍ଲାର ଚୋରା ବାଲି ସମ୍ରାଟଙ୍କ ରାଜ : ମୋବାଇଲ ଟ୍ରାକିଙ୍ଗ ହେଲେ ବହୁ ବାବୁଙ୍କ ଗୁମର ଖୋଲିବ…..!
ମଳୁ ଖୋଜୁ ଥିଲା ଯାହା ବଇଦ କହିଲା ତାହା…!
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଚୋରା ବାଲି ସମ୍ରାଟ ପୁଣି ସକ୍ରିୟ। ଗତ ବିଜେଡ଼ି ସରକାର ସମୟରେ ନକଲି ୱାଇ ଫର୍ମ ଛାପି ଚୋରା ବାଲି ଚାଲାଣ ଅଭିଯୋଗରେ ସମ୍ରାଟଙ୍କୁ ଗିରଫ କରାଯାଇଥିଲା। ଗିରଫ ପୂର୍ବରୁ ସମ୍ରାଟ ର “ନମକ” ଖାଇଥିବା ବାବୁ କୁଆଡ଼େ ସୂଚନା ଦେଇଦେବା ଫଳରେ ସମ୍ରାଟ କୁ ଗିରଫ ବେଳେ ତାଙ୍କ ଫୋନ ଆଉ ଜବତ ହୋଇନଥିବା ସେତେବେଳେ ଚର୍ଚ୍ଚା ହୋଉଥିଲା। ଏବେ ସମ୍ରାଟ ର ସବୁ ଚେଲା ଚାମୁଣ୍ଡା କିଛି ବାବୁ ଓ ପୋଲିସ ଭାଇ ମାନଙ୍କ ସହଯୋଗ ରେ ଧୁମ ଧାଡ଼ାକା ଭାବେ ଖୁଲାମ ଖୁଲା ଚୋରା ବାଲି ବ୍ୟବସାୟ ପୁଣି ଚାଲିଛି। ଯେମିତି ଜଣା ପଡୁଛି ସବୁ କିଛି ଫିକ୍ସଙ୍ଗ ସରିଛି l ନୂତନ ସରକାର ଗଠନ ହେବା ପରେ ବହୁ ବଡ଼ ବଡ଼ କୁବେର ବାବୁ ମାନଙ୍କୁ ଭିଜିଲାନ୍ସ ବିଭାଗ ଧରୁଥିବା ନଜିର ରହିଛି। ମୁଖ୍ୟମନ୍ତ୍ରୀ ଦୁର୍ନୀତି ଓ ଚୋରା ବ୍ୟବସାୟୀ ମାନଙ୍କୁ ଛଡ଼ାଯିବ ନାହିଁ ବୋଲି କହୁଛନ୍ତି। ଏଠାରେ ସୂଚନା ଥାଉକି ଜିଲ୍ଲାର ଜଣେ ବିଧାୟକ ଙ୍କ ବାଲି ଗୁତାଧାରୀ ଙ୍କୁ ବଟି ମାଗିବା ଅଡିଓ ଭାଇରଲ ହେବା ଘଟଣା ବାଟ ରୁ ଯାଇ ହାଟରେ ଗଡ଼ିଲାଣି କିନ୍ତୁ ତଦନ୍ତ ମଧ୍ୟ ଶୀତଳ ହୋଇ ଗଲାଣି l ତଦନ୍ତ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ କୁ ଦିଆ ଯାଇ ଥିଲା କିନ୍ତୁ ମଳୁ ଖୋଜୁଥିଲା ଯାହା ବଇଦ କହିଲା ତାହା ନୀତି ପରି ହେଲା ଉକ୍ତ ତଦନ୍ତ ନାଲି ଫିତା ତଳେ ଦାବି ଦିଆ ଗଲା l ଶୁଣିବାକୁ ମିଳୁଛି ଚୋରା ବାଲି ସମ୍ରାଟଙ୍କ ପ୍ରତି ଜିଲ୍ଲାର ଜଣେ ପ୍ରଭାବ ଶାଳୀ ମନ୍ତ୍ତୀଙ୍କ କୁଆଡ଼େ ଆଶୀର୍ବାଦ ରହିଥିବା ଚର୍ଚ୍ଚା ହେଉଛି। ସମ୍ରାଟ କୁ ସତରେ କଣ ଯୋଜନା ପ୍ରସ୍ତୁତ କରି ସେ ବ୍ୟବହାର କରୁଥିବା ମୋବାଇଲ ସାଙ୍ଗରେ ଉଠାଯିବା ନାଁ ଭାଷଣ ବାଜୀ ଧୂଆଁ ବାଣ ବୋଲି ଚାରିଆଡେ ଆଲୋଚନା ହେଲାଣି। ସମ୍ରାଟ ର ମୋବାଇଲ ରେ ବହୁ ବଡ଼ ବଡ଼ ବାବୁ ମାନଙ୍କ ରହସ୍ୟ ଛୁପି ରହିଥିବା ଚର୍ଚ୍ଚା ହେଉଛି। ଦେଖାଯାଉ ସମ୍ରାଟ ପ୍ରତି ସରକାର ଙ୍କ ଦୃଷ୍ଟି କେବେ ପଢୁଛି। ଗଞ୍ଜାମ ଜିଲ୍ଲା ରେ ଦୁର୍ନୀତି ନିବାରଣ ବିଭାଗ କୋମା ରେ କିନ୍ତୁ କାଗଜ କଲମ ରେ ପାଳନ କରୁଛି ଦୁର୍ନୀତି ମୂଳ ପୋଛ କରାଯାଉଛି ଶପଥ ଯାହାକି ଧର୍ମକୁ ଆଖିଠାର ସଦୃଶ୍ୟ l ସମଗ୍ର ଓଡିଶା ରେ ଦେଖିଲେ ଗଞ୍ଜାମ ଜିଲ୍ଲା ଦୁର୍ନୀତି ରେ ଶ୍ରେଷ୍ଠ କହିଲେ କିଛି ବି ଭୁଲ ହେବ ନାହିଁ, ମାଫିଆ ମାନଙ୍କ ହାତରେ ଜିଲ୍ଲା ଚାଲିଛି ଅଫିସର ମାନେ ଏହିମାନଙ୍କ ଇଙ୍ଗତ ରେ ନାଚୁ ଥିବା ଦେଖିବାକୁ ମିଳୁଛି l ଜିଲ୍ଲାର ପ୍ରାୟ ସରକାରୀ ବାବୁ ଜଣେ ଜଣେ କୁବେର ରାଜ୍ୟ ର ରାଜସ୍ବ ଲୁଟି ନିଜ ରାଜସ୍ୱ ବଢ଼ାଇ ଚାଲିଛନ୍ତି ବାବୁ ମାନେ ଏଥିରେ ସହଯୋଗ କରୁଛନ୍ତି ରାଜନେତା ଓ ମାଫିଆ ତେଣୁ ରାଜ୍ୟ ସରକାର ଇଡ଼ି ଓ ସିବିଆଇ ଦ୍ଵାରା ଯଦି ତଦନ୍ତ କରାଯିବାକୁ ସାଧାରଣ ରେ ଅଭିଯୋଗ ହେଉଛି ଏବଂ ମାଫିଆ ମାନଙ୍କ ଡ଼ାଇରୀ ଏବଂ ମୋବାଇଲ କୁ ଯଦି ତଦନ୍ତ ପରିସର ଭୁକ୍ତ କରାଯାଏ ତେବେ ଅନେକ ଗୁମର ଖୋଲିବ ବୋଲି ଜିଲ୍ଲାର ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଉଛି l