ଆମ୍ବ ଟାକୁଆ ଖାଇ ଦୁଇ ମୃତ, ୬ ଗୁରୁତର,ଗୁରୁତର ୬ଜଣଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର …

ଅନାହାର ଏହାର କାରଣ ନୂହତ..??

ଦାରିଙ୍ଗବାଡି, ୧/୧୧ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଗଦାପୁର ଗ୍ରାମ ପଞ୍ଚାୟତ ଅଧିନସ୍ତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୬ ଜଣ ଗୁରୁତର ଙ୍କୁ ବ୍ରାହ୍ମଣୀଗାଁ ଡାକ୍ତରଖାନା ରୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିବା ଖବର ହସ୍ତଗତ ହୋଇଛି। ମୃତ ଦୁଇ ଜଣ ହେଲେ ରୁମିତା ପାଟମାଝୀ (୨୫) ଓ ରୁନୁ ମାଝୀ (୨୮)। ଛଅ ଜଣ ଗୁରୁତର ପ୍ରଭାତୀ ପାଟମାଝୀ (୩୨)
ଡ୍ରାଙ୍ଗାଲୁ ପାଟମାଝୀ (୫୫), ଟୁନି ମାଝୀ (୪୫)
ସୁଷମା ପାଟମାଝୀ (୨୮), ଜିତା ମାଝୀ (୩୦)
ଜେବନ୍ତ ମାଝୀ (୩୦) ବୋଲି ଜଣାପଡିଛି। ଖବର ନେବାକୁ ଜଣା ପଡିଛି ଯେ ମଙ୍ଗଳ ଵାର ଦିନ ଏହି ଆଠ ଜଣ ମହିଳା ଆମ୍ବ ଟାକୁଆ ଖାଇଥିଲେ। ହେଲେ ବୁଧବାର ଦିନ ଆମ୍ବ ଟାକୁଆ ଖାଇଥିବା ସଭିଙ୍କୁ ବାନ୍ତି ହେବା ସହିତ ମୁଣ୍ଡ ବୁଲାଇ ଥିଲା। ହେଲେ ରୁନିତା ପାଟମାଝୀ (୨୫) ଗତକାଲି ଗୁରୁବାର ଦିନ ସନ୍ଧ୍ୟାରେ ମୃତ ହୋଇ ଥିବା ବେଳେ ଆଜି ସକାଳେ ରୁନୁ ମାଝୀ (୨୮) ଙ୍କ ମୃତ ହୋଇଛି। ସୂଚନା ଥାଉକି ସରକାରୀ ଯୋଜନା ରେ ପାଉଥିବା ଚାଉଳ ଏହିମାନଙ୍କୁ ଦୀର୍ଘ ୩ ମାସ ହେଲା ନମିଳିବା ଅତି ଦୁର୍ଭାଗ୍ୟ ର ବିଷୟ ବୋଲି ଅଞ୍ଚଳ ରେ ଥିବା ବୁଦ୍ଧିଜୀବୀ କ୍ଷବ ପ୍ରକାଶ କରିଛନ୍ତି l ଖାଇବା କୁ ଠିକ ସେ ନପାଇ ଆମ୍ବ ଟାକୁଆ ଖାଇବା ଫଳରେ ଏପରି ଘଟଣା ଘଟି ଥାଇପାରେ ବୋଲି ସନ୍ଦେହ ଉଙ୍କି ମରୁଛି l ଘଟଣା ସ୍ଥଳରେ କନ୍ଧମାଳ ପ୍ରଶାସନ ପହଞ୍ଚି ତଦନ୍ତ କରୁଛି.. I

୧.ରମିତା ପାଟମାଝୀ (୨୫) ମୃତ, ଅନି ପାଟ ମାଝୀସ୍ବାମୀ ଦୁଇ ଜୁଆ
୨.ରୁନୁ ମାଝୀ (୨୮) ମୃତ

ଗୁରତର…!
୩.ପ୍ରଭାତୀ ପାଟମାଝୀ (୩୨)
୪.ଦ୍ରେଙ୍ଗାଲୁ ପାଟମାଝୀ (୫୫)
୫.ଟୁନି ମାଝୀ (୪୫)
୬.ସୁଷମା ପାଟମାଝୀ (୨୮)
୭.ଜିତା ମାଝୀ (୩୦)
୮.ଯିବନ୍ତି ମାଝୀ (୫୮)

nis-ad
Leave A Reply

Your email address will not be published.