ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ପାଇଁ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଆଜି ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଦ୍ଵାରା ଶୁଭାରମ୍ଭ ହୋଇଯାଇଛି ।ଏହି ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଜିଲ୍ଲା ଓ ଉପଖଣ୍ଡ ସଦର ମହକୁମାରେ ପଥ ଉତ୍ସବ ଓ ଓ୍ବାକାଥନ୍ କରାଯାଇଛି । ଆଜିର ଦିନରେ ମଧ୍ୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଜାତୀୟ ଦିବସ ପାଳନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ପୂର୍ବାହ୍ନ ୭ଟା ବେଳେ ସ୍ଥାନୀୟ ସର୍କିଟ ହାଉସ୍ ପରିସରରୁ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଜାତୀୟ ଦିବସ ପାଳନ ଏବଂ ଭୋଟର ସଂଶୋଧନ ଦିବସ ପାଳନ ଅବସରରେ ଏକ ଓ୍ବାକାଥନ୍ ବାହାରି ବଜାର ମଧ୍ୟ ଦେଇ ଜିଲ୍ଲାପାଳଙ୍କ ଏକ ମାରାଥନ ବାହାରି ଏଫ ସି ଆଇ ଛକ, ଗାନ୍ଧୀ ଛକ ଦେଇ କରୋନେସନ ପଡ଼ିଆରେ ପହଞ୍ଚିଥିଲା । ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଆୟୋଜିତ ପଥ ଉତ୍ସବ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବଜାର ମଧ୍ୟରେ ପ୍ରାୟ ୧୫ ଗୋଟି ଷ୍ଟଲ୍ ନିର୍ମାଣ କରାଯାଇଥିଲା । ସେହି ଷ୍ଟଲ ଗୁଡ଼ିକରେ ରଙ୍ଗୋଲି କାର୍ଯ୍ୟକ୍ରମ, କସମ ପ୍ରଡକ୍ଟ ବିକ୍ରି, ଓର୍ମାସ୍ ପ୍ରଡକ୍ଟ ବିକ୍ରି, ସାଂସ୍କୃତିକ କାର୍ଯ୍ୟକ୍ରମ, ଚିତ୍ରାଙ୍କନ, ଫ୍ୟାନ୍ସି ଡ୍ରେସ୍, ଯୋଗ ମ୍ୟୁଜିକ୍, ସ୍ବାସ୍ଥ୍ୟ ପରୀକ୍ଷା, ବ୍ୟାଙ୍କ ସେବା, ଭୋଟର ତାଲିକା ସଂଶୋଧନ କାର୍ଯ୍ୟ,ରୋଟାରୀ କ୍ଲବ ଫୁଲବାଣୀ ପକ୍ଷରୁ ଅଙ୍ଗଦାନ ଓ ସଡ଼କ ସୁରକ୍ଷା ସଚେତନତା, ପାନୀୟ ଜଳ ବ୍ଯବସ୍ଥା କରାଯାଇଥିଲା l
ଏଥି ସହିତ ଆସନ୍ତା ନଭେମ୍ବର ୧୫ ତାରିଖରେ ଏକ ତିନି, ପାଞ୍ଚ, ଦଶ ଓ ଏକୋଇଶି କିମି ମାରାଥନ ପ୍ରତିଯୋଗୀତା ଅନୁଷ୍ଠିତ ହେବ ସେଥିରେ କୃତି ପ୍ରତିଯୋଗୀମାନଙ୍କୁ ଅର୍ଥ ରାଶି ପୁରସ୍କୃତ କରାଯିବ ବୋଲି ରୋଟାରୀ ସଭାପତି ବିଜୟ କୃଷ୍ଣ ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକ ତଥା ରୋଟାରିଆନ ସୁନୀଲ ପଟ୍ଟନାୟକ କହିଛନ୍ତି l ବି.ଇ.ଡି. କଲେଜ ତରଫରୁ ନିର୍ବାଚନ ସମ୍ବନ୍ଧୀୟ ଚିତ୍ର ପ୍ରଦର୍ଶନୀ, ଜୁଡୋ, ଟାଇକୋଣ୍ଡ ଓ ମାର୍ଶାଲ ଆର୍ଟ୍,ରକ୍ ବ୍ୟାଣ୍ଟ୍, ପୋଲିସ ପକ୍ଷରୁ ସାଇବର କ୍ରାଇମ ସଚେତନତା, ଠିକାଦାର ସଂଘ ପକ୍ଷରୁ ଅଭୟ ପଟ୍ଟନାୟକଙ୍କ ନେତୃତ୍ଵରେ ଅଶୋକ ମହାନ୍ତି ପ୍ରଶାନ୍ତ ମହାନ୍ତି ଙ୍କ ସହଯୋଗରେ ଜଳଖିଆ ବ୍ଯବସ୍ଥା ଇତ୍ୟାଦି ପ୍ରଦର୍ଶନ କରାଯାଇଥିଲା । ଏହି ପଥ ଉତ୍ସବ କାର୍ଯକ୍ରମ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା lଏହି କାର୍ଯ୍ୟକ୍ରମରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, କନ୍ଧମାଳ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବଳଭଦ୍ର ଦୀପ୍, ଖଣ୍ଡମାଳ ଉପ ଜିଲ୍ଲାପାଳ ଚିତ୍ତ ରଞ୍ଜନ ମହନ୍ତ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍କାର ପ୍ରକଳ୍ପ ପ୍ରଶାସକ ଦେବଜାନୀ ଭୁୟାଁଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।