ବ୍ରହ୍ମପୁର : ବ୍ରହ୍ମପୁର ଠାରେ ଭୋଟର ସଚେତନତା ପାଇଁ ପଥ ଉତ୍ସବ , ପଞ୍ଜିକରଣ ଓ ନିର୍ଭୁଲ ଭୋଟର ତାଲିକା ସଂଶୋଧନ ସହ ସଚେତନତା ଏବଂ ଯୁବଗୋଷ୍ଠୀ ମଧ୍ୟରେ ଗଣତାନ୍ତ୍ରିକ ମୁଲ୍ୟବୋଧକୁ ପ୍ରଜ୍ବଳିତ କରିବା ପାଇଁ ଏକ ପଥ ଉତ୍ସବ ସମାରୋହ ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଯାଇଛି। ଏହି ରାଲିକୁ ଉପଜିଲ୍ଲାପାଳ ଦୀନା ଦସ୍ତଗିର ପଥ ଉତ୍ସବକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଭୋଟର ସଚେତନତା ପଦଯାତ୍ରା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ରହ୍ମପୁର ରୁ ବାହାରି ଟାଉନ୍ ହଲ୍,ବ୍ରହ୍ମପୁର ଠାରେ ପହଞ୍ଚିଥିଲେ। ଏହି ପଥ ଉତ୍ସବରେ ବିଭିର୍ନ୍ନ ମହାବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀ, ଅଙ୍ଗନବାଡି ଦିଦି ମାନେ ଅଂଶ ଗ୍ରହଣ କରିଥିଲେ I ଟାଉନ୍ ହଲ୍, ବ୍ରହ୍ମପୁର ଠାରେ ପଥ ଉତ୍ସବ ଓ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଠାରେ ଏକ ରଙ୍ଗୋଲି ପ୍ରତିଯୋଗୀତା ଓ ଲୋକନୃତ୍ୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଷଣ କରଯାଇଥିଲା, ଏହି ରଙ୍ଗୋଲି ପ୍ରତିଯୋଗୀତାରେ ବ୍ରହ୍ମପୁର ଅଙ୍ଗନବାଡି ଦିଦି ମାନେ ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତଗିର ଯୋଗଦେଇ ଯୁବଗୋଷ୍ଠୀ ଙ୍କୁ ଭୋଟର ତାଲିକାରେ ନାମ ସଂଯୋଗ ଓ ନିର୍ବାଚନରେ ମତଦାନ ଅଧିକାର ବିଷୟରେ ସଚେତନତା କରିବା ସହ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ ଗଣ ଦେଶର ଜଣେ ଦାୟିତ୍ୱ ବାନ୍ ନାଗରିକ ହେବା ପାଇଁ ମତବ୍ୟକ୍ତ କରିଥିଲେ।
ଏହି ସଭାକାର୍ଯ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଶ୍ରୀ ସୁବ୍ରତ ରାମବିରାମ ଶତପଥୀ କିପରି ଯୁବଗୋଷ୍ଠୀ ଅଧିକରୁ ଅଧିକ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିବେ, ତାହା ଉପରେ ଗୁରୁତ୍ଵ ଦେଇଥିଲେ । ଏହି ପଥ ଉତ୍ସବ ପାଇଁ ମହାବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ପ୍ରଥମ ସୋମ୍ଯାଶ୍ରୀ ସାହୁ, ମହାମାୟୀ ମହିଳା ମହାବିଦ୍ୟାଳୟ, ଦ୍ଵିତୀୟ ଚକ୍ରଧର ବିଶୋୟୀ, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ, ତୃତୀୟ କ୍ଷିତିଜ ମିଶ୍ର, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଓ ରଙ୍ଗୋଲିରେ ପ୍ରଥମ ଦିପ୍ତିଲେଖା ମିଶ୍ର, ଦ୍ଵିତୀୟ ଗୀତାଞ୍ଜଳି ମହାରଣା ଓ ତୃତୀୟ ଲିତାଞ୍ଜଳି ଦାସ ଅଙ୍ଗନବାଡି ଦିଦି ମାନେ ପୁରସ୍କୃତ ହୋଇଥିଲେ I ଏହି ପଥ ଉତ୍ସବ ସମାରୋହରେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର ଶ୍ରୀ ଆର୍ଶ୍ରୀବାଦ ପରିଡା, ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ସୁଶ୍ରୀ କସ୍ତୁରୀ ସ୍ଵାଇଁ ଓ ସହାୟକ ଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ମିଶ୍ର, ଶ୍ରୀ ଜ୍ଯୋତି ରଞ୍ଜନ ରଥ ଉପସ୍ଥିତ ଥିଲେ । ଏହି ସମାରୋହରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ଦୀନା ଦସ୍ତଗୀର ଭୋଟର ତାଲିକାର ଡ୍ରାଫ୍ଟ ପବ୍ଲିକେସନ କରିଥିଲେ I ଏହା ପଞ୍ଜୀକରଣ ଓ ନିର୍ଭୁଲ ଭୋଟର ତାଲିକା ସଂଶୋଧନ ଆଜି ତା ୨୯.୧୦.୨୪ ରିଖ ଠାରୁ ୨୮.୧୧.୨୪ ପର୍ଯ୍ୟନ୍ତ ସିଏଚଏଏଲଇଉ ରହିବ Iଏହା ସ୍ବତନ୍ତ୍ର ଅଭିଯାନ ଦିବସ ନଭେମ୍ବର ୨,୧୦,୧୬ ଓ ୨୪ ତାରିଖରେ ଅନୁଷ୍ଠିତ ହେବ।ସବୁ ବୁଥର ବୁଥ୍ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଭୋଟର ମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜିକରଣ ସହ ଅନ୍ୟାନ୍ୟ ସୁବିଧା ଯୋଗାଇଦେବେ।ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ ଭୋଟର ମାନେ ଗୁଗୁଲ ପ୍ଲେ ଷ୍ଟୋରରୁ ଭୋଟର ହେଲ୍ପ୍ ଲାଇନ୍ ଆପ୍ ଡାଉନଲୋଡ କରି ଆବେଦନ କରିପାରିବେ।ଏହି ସମାରୋହରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀବୃନ୍ଦ ଉପସ୍ଥିତ ରହି ଏହି କାର୍ଯ୍ୟକୁ ସୂଚାରୁରୂପେ ସମ୍ପାଦନ କରିଥିଲେ ।