ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କୁ ଆଦୌ ଛଡ଼ା ଯିବ ନାହିଁ : ମୁଖ୍ୟମନ୍ତ୍ରୀ

ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କୁ ଆଦୌ ଛଡ଼ା ଯିବ ନାହିଁ ।  ଦୁର୍ନୀତିକୁ ନେଇ ଶୂନ୍ୟ ସହନଶୀଳତା ନୀତି ଉପରେ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଦୁର୍ନୀତି ନିବାରଣ ସପ୍ତାହର ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଗତ ୪ ମାସରେ ୬ ମୁଖ୍ୟଯନ୍ତ୍ରୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ।  ବହୁ କ୍ଲାସ-୧ ଅଫିସର ଜେଲରେ ଅଛନ୍ତି ।  ଏବେ କେବଳ ଟ୍ରେଲର ଚାଲିଛି, ଆଗକୁ ପୂରା ପିକ୍ଚର ବାକି ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।  ଗତ ୪ ମାସରେ ୮୮ ଦୁର୍ନୀତି ମାମଲା ରୁଜୁ କରିଛି ଭିଜିଲାନ୍ସ। ୧୨୨ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସେଥିରୁ ୨୪ ଜଣ କ୍ଲାସ ୱାନ୍ ଏବଂ ୧୨ ଜଣ କ୍ଲାସ ଟୁ ଅଧିକାରୀ । ମୋଟ ଦୁର୍ନୀତି ମାମଲା ମଧ୍ୟରୁ ୨୬ଟି ଆୟ ବହିର୍ଭୂତ ମାମଲାରେ ୮୯ ଜଣଙ୍କ ବିରୋଧରେ କେସ୍ ହୋଇଛି । ଠାବ ହୋଇଛି ୭୭ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ।

ଭିଜିଲାନସ ଦୁର୍ନୀତି ମାମଲା ଠାବ କରିବା ସହ ଦୋଷୀଙ୍କ ବିରୋଧରେ ଦଣ୍ଡକୁ ମଧ୍ୟ ପ୍ରାଧାନ୍ୟ ଦେଉଛି। ଗତ ୪ ମାସରେ ୩୨ଟି ମାମଲାରେ ୪୦ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେଥିରେ ୬ ଜଣ କ୍ଲାସ ୱାନ୍ ଏବଂ ୫ ଜଣ କ୍ଲାସ ଟୁ ଅଧିକାରୀ ଅଛନ୍ତି।

nis-ad
Leave A Reply

Your email address will not be published.