ପୂର୍ବ ଲଦାଖରୁ ଫେରିଲେ ୮୦-୯୦%  ଭାରତ ଓ ଚୀନ ସୈନ୍ୟ

ନୂଆଦିଲ୍ଲୀ: ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ବୁଝାମଣା ପରେ ଲଦାଖରୁ ସୈନ୍ୟ ପ୍ରତ୍ୟାହାର ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଡେପସାଙ୍ଗ ଓ ଡେମଚୋକରୁ ୮୦ରୁ ୯୦ ପ୍ରତିଶତ ଭାରତ-ଚୀନ୍ ସୈନ୍ୟ ପ୍ରତ୍ୟାହାର କରିନେଇଛନ୍ତି। ମଙ୍ଗଳବାର ସୁଦ୍ଧା ପୂରା ପ୍ରକ୍ରିୟା ଶେଷ ହେବ ବୋଲି ଆଶା କରାଯାଉଛି।

ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡେପସାଙ୍ଗ ଓ ଡେମ୍ଚୋକରେ ଭାରତ ଓ ଚୀନ୍ ସେନା ପକ୍ଷରୁ ୮୦ରୁ ୯୦ ପ୍ରତିଶତ ସୈନ୍ୟ ପ୍ରତ୍ୟାହାର ସରିଛି। ଏହି ପ୍ରକ୍ରିୟାରେ ସମସ୍ତ ପ୍ରକାର ଭିତ୍ତିଭୂମିକୁ ହଟାଇବା ଅନ୍ତର୍ଭୁକ୍ତ। ମଙ୍ଗଳବାର (ଅକ୍ଟୋବର ୨୯) ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବାର ସମ୍ଭାବନା ରହିଛି।

ରୁଷିଆର କାଜାନଠାରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ ଗତ ଅକ୍ଟୋବର ୨୩ ତାରିଖରେ ଦ୍ୱିପାକ୍ଷିକ ଆଲୋଚନା ସମୟରେ ପୂର୍ବ ଲଦାଖରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ସେନା ପ୍ରତ୍ୟାହାର ଏବଂ ପାଟ୍ରୋଲିଂ ସମ୍ପର୍କିତ ଏକ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେଇଥିଲେ। ଅକ୍ଟୋବର ୨୧ ରେ ଭାରତ ଚୀନ୍ ସହ ସଂଘର୍ଷ ସ୍ଥଳରୁ ସୈନ୍ୟ ପ୍ରତ୍ୟାହାର ନେଇ ଏକ ଚୁକ୍ତି ଘୋଷଣା କରିଥିଲା ଏବଂ ବେଜିଂ ଏହାର ଗୋଟିଏ ଦିନ ପରେ ଏହା ନିଶ୍ଚିତ କରି କହିଥିଲା ଯେ ଉଭୟ ପକ୍ଷ “ସମ୍ପୃକ୍ତ ମାମଲାର ସମାଧାନରେ” ପହଞ୍ଚିଛନ୍ତି ଏବଂ ସଂକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଏହା ନୂଆଦିଲ୍ଲୀ ସହିତ କାମ କରିବ।

nis-ad
Leave A Reply

Your email address will not be published.