ପଶ୍ଚିମବଙ୍ଗରେ କ୍ଷମତା ପାଇଁ ବିଜେପି କିଛି ବି କରିବ: ମିଥୁନ ଚକ୍ରବର୍ତ୍ତୀ

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତା ପାଇଁ ବିଜେପି କିଛି ବି କରିବ। ରବିବାର ଦିନ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଏକ ଜନସଭାକୁ ସମ୍ବୋଧିତ କରି ଏଭଳି କହିଛନ୍ତି । ତାଙ୍କ କହିବା ମୁତାବକ, ୨୦୨୬ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତୃଣମୂଳ କଂଗ୍ରେସ(ଟିଏମସି)କୁ ହଟାଇବା ପାଇଁ ଦଳ କିଛି କରିବ।

ରବିବାର କୋଲକାତାରେ ବିଜେପି ସଦସ୍ୟତା ଅଭିଯାନର ଉଦଘାଟନୀ ଉତ୍ସବ ଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ମିଥୁନ ଚକ୍ରବର୍ତ୍ତୀଙ୍କୁ ସମ୍ମାନିତ କରିଥିଲେ। ଏହା ପରେ ନଭେମ୍ବର ୩୦ପର୍ଯ୍ୟନ୍ତ ଚାଲିବାକୁ ଥିବା ସଦସ୍ୟତା ଅଭିଯାନରେ ୧କୋଟି ସଦସ୍ୟଙ୍କୁ ଯୋଡିବା ପାଇଁ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ ଦେଇଥିଲେ ମିଥୁନ। ଏହା ସହ ସେ ବିରୋଧୀ ଦଳ ଟିଏମସିର ନେତା ହୁମାୟୁନ କବୀରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, “ଚଳିତ ବର୍ଷ ମେ’ ମାସରେ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ହୁମାୟୁନ କବୀର କହିଥିଲେ, ସେ ଭାଗୀରଥୀ ନଦୀରେ ବିଜେପି ସମର୍ଥକଙ୍କୁ କାଟି ପକାଇଦେବେ। ମୁଁ ଭାବିଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, କିନ୍ତୁ ସେ କଲେ ନାହିଁ। ହେଲେ ମୁଁ ମୁଖ୍ୟମନ୍ତ୍ରୀ ନହୋଇ ବି କହୁଛି ଯେ, ଆମେ ସେମାନଙ୍କୁ କାଟି ଶ୍ମଶାନରେ ପୋତି ଦେବୁ। ଭାଗୀରଥୀ ନଦୀ ଆମର ମା’। ତେଣୁ ନଦୀକୁ ଅପବିତ୍ର ନକରି ଆମେ ସେମାନଙ୍କୁ ପୋତି ଦେବୁ। ୨୦୨୬ରେ ଆମେ ଟିଏମସିକୁ ହଟାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ।”

ତେବେ ମିଥୁନଙ୍କ ଏଭଳି ବୟାନ ପାଇଁ ଏବେ ତାଙ୍କୁ ବିରୋଧୀ ଟାର୍ଗେଟ କରିବା ଆରମ୍ଭ କରିଛି।

nis-ad
Leave A Reply

Your email address will not be published.