ବିଜେଡି ର ପାଦକୁ ଅନୁସରଣ କରୁଛି ବିଜେପି, ବୋଲ ମାନିବା ବାବୁ ମାନଙ୍କୁ ଜିଲ୍ଲା ରେ ଥଇଥାନ …!!


ବ୍ରହ୍ମପୁର : ରାଜ୍ୟରେ ନୂତନ ସରକାର ଗଠନ ପରେ ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଚର୍ଚ୍ଚା ରେ ରହିଆସିଛି। କେତେବେଳେ ପିସି ପାଇଁ ତ କେତେବେଳେ ବଟି ମାଗିବାକୁ ନେଇ ଜିଲ୍ଲାରୁ ରାଜଧାନୀ ପର୍ଯ୍ୟନ୍ତ ଉଠୁଛି ପଡୁଛି। ଏବେ ବି ଜିଲ୍ଲା ରେ ଗତ ସରକାର ର ବୋଲ ମାନୁଥିବା କିଛି ବାବୁ ମାନେ ଚୌକି ଜାବୁଡ଼ି ଧରିଛନ୍ତି। ଏହାର ଫାଇଦା ନେଇ ନିର୍ବାଚିତ ପ୍ରତିନିଧିଙ୍କ ଏବେ ପୁଷ ମାସ ହୋଇଥିବା ଆଲୋଚନା ହେଉଛି। ନେତାଙ୍କ ବୋଲ ମାନିବାକୁ ପ୍ରସ୍ତୁତ ଥିବା “ହାଁ ଜି ” କହି ଭଲ ମନ୍ଦ ବୁଝୁ ଥିବା ବାବୁ ମାନଙ୍କୁ ଥଇଥାନ କରିବାକୁ ମୁଲଚାଲ କରି ଏଠାକୁ ଆଣିବାକୁ ଖସଡ଼ା ପ୍ରସ୍ତୁତ ହେଉଥିବା ନେଇ ପୂର୍ବ ତୃତୀୟ ମହଲା ରେ ଚର୍ଚ୍ଚା ହେଉଛି। ଯେଉଁ ଅଞ୍ଚଳର ନିର୍ବାଚିତ ନେତା ମାନେ ସେ ଅଞ୍ଚଳର ଲେଖା ଛିଡେଇବେ ବୋଲି କୁଆଡ଼େ ଦଳ ମୁଖିଆଙ୍କ ନିର୍ଦ୍ଧେଶ ଓ ଆଶୀର୍ବାଦ ମିଳିବା ପରେ ଫୁଲ ଆକ୍ଟିଭ ମୁଡ଼ରେ ନେତା ମାନେ ଥିବା ଚର୍ଚ୍ଚା ହେଉଛି। ନିର୍ଦ୍ଧେଶ ମିଳୁ ମିଳୁ ନେତା ମାନେ ଠିକାଦାର, ବାଲି,ମଦ ମାଫିଆ ଠାରୁ ଆରମ୍ଭ କରି ବାବୁ ମାନଙ୍କୁ ମଧ୍ୟ ଲେଖା ଛିଡେଇବା ଆରମ୍ଭ କରିଥିବା ଚା ଖଟିରେ ଆଲୋଚନା ଜୋର ଧରିଲାଣି। ଏହି ପିସି ବଟି କାରବାର ରେ ଗଞ୍ଜାମ ଜିଲ୍ଲା ସମସ୍ତ ଜିଲ୍ଲାରୁ ଆଗରେ ରହି ଦଳର ଗେହ୍ଲା ପୁଅ ବୋଲି ଆଲୋଚନା ହେଲାଣି। ଏବେ ଏଠାକୁ ମୋଟା ଅଙ୍କ ଦେଇ ଆସୁଥିବା ବାବୁ ମାନେ ବୋଲ ମାନିବା ସହ ଉଠବସ ମଧ୍ୟ ହେବାର ସମ୍ମୁଖୀନ ହେବେ ବୋଲି ଏବେଠାରୁ ଚର୍ଚ୍ଚା ହେଲାଣି। କିଛି ବାବୁ ମାନେ ଶାସକ ଦଳର କ୍ରୀତଦାସ ହେବାକୁ ମଧ୍ୟ ପ୍ରସ୍ତୁତ ହେଲେଣି ବୋଲି ଚା ଖଟି ମାନଙ୍କ ରେ ଚର୍ଚ୍ଚା ହେଉଛି କାରଣ ଗଞ୍ଜାମ ଜିଲ୍ଲା ହେଉଛି ଓଡିଶା ର ଗୁଡ଼ ମାଠିଆ l ଏହି ଜିଲ୍ଲା କୁ ଆସିବାକୁ ବାବୁ ମାନଙ୍କ ଲମ୍ବା ଲାଇନ l ଜିଲ୍ଲା କୁ ଯିଏ ବି ଆସିଲା ଅଳ୍ପ ଦିନ ରେ କୁବେର ବନି ଯାଆନ୍ତି ଯାହାର କି ଅନେକ ଉଦାହରଣ ବି ରହିଛି ବାସ ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ଖୁସି କଲେ ହେଲା l ଏହି ଜିଲ୍ଲା ମାଫିଆ ମାନଙ୍କ ସମ୍ରାଟ ହେଲେ ଅଫିସର ମାନେ ବୋଲି ବି ଚର୍ଚ୍ଚା l ବର୍ତ୍ତମାନ ବିଧାୟକ ମାନେ ନିଜ ର ଅନୁଗତ୍ୟ ଯୋଗାଡ଼ ରେ ଏବଂ ବାବୁ ମାନେ ବି ଏବେ ବିଧାୟକ ମାନଙ୍କ ସହିତ ଯୋଗାଯୋଗ ରେ ରହୁଛନ୍ତି ଟିକିଏ ଆଶ୍ରିବାଦ ମିଳିଲେ ଜିଲ୍ଲା ରେ ପାଦ ଥାପି କୁବେର ହୁଏନ୍ତେ l ଜିଲ୍ଲା ରେ ଦୁର୍ନୀତି ନିବାରଣ ବିଭାଗ ବାବୁ ମାନଙ୍କ ସୁରକ୍ଷା ରେ ତେଣୁ ଏହା ଠାରୁ ନିରାପଦ ସ୍ଥାନ କଣ ହୋଇ ପାରେ l ଦୁର୍ନୀତି ନିବାରଣ ବିଭାଗ ବାବୁ ମାନେ ମଧ୍ୟ ଏହି ଜିଲ୍ଲା କୁ ଆସିବାକୁ ଅଣ୍ଟା ଭିଡି ଥାନ୍ତି l ଓଡିଶା ର ସବୁ ଜିଲ୍ଲା ଠାରୁ ନିରାପଦ ଜିଲ୍ଲା ହେଉଛି ଗଞ୍ଜାମ ଜିଲ୍ଲା ସରକାରୀ ବାବୁ ମାନଙ୍କ ପାଇଁ l ତେଣୁ ବର୍ତ୍ତମାନ ଜିଲ୍ଲା କୁ ଆସିବାକୁ ଯୋଗାଡ଼ ରେ ଅଛନ୍ତି ସରକାରୀ ଅଫିସର ମାନେ l ବିଧାୟକ ମାନେ ମଧ୍ୟ ଏହାର ଫାଇଦା ରେ ଅଛନ୍ତି ଯିଏ କ୍ରୀତଦାସ ପରି ରହିବ ହଁ ରେ ହଁ କହି କଥା ମାନିବ ତାକୁ ହିଁ ଅଣାଯିବ ଜିଲ୍ଲା କୁ ଏବେ ଚର୍ଚ୍ଚା ରେ…!!

nis-ad
Leave A Reply

Your email address will not be published.