ବନ୍ୟା ପାଣିରେ ଭାସିଗଲେ ଯୁବକ, ଖୋଜୁଛି ଅଗ୍ନିଶମ ବାହିନୀ

ଚାନ୍ଦବାଲି  : ବନ୍ୟା ପାଣିରେ ଭାସି ଯୁବକ ନିଖୋଜ ।  ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଧୂଷୁରୀ ପଞ୍ଚାୟତ ବ୍ରାହ୍ମଣୀପାଳ ପଣ୍ଡା ପାଟଣା ଗାଁ ଜଣେ ଯୁବକଙ୍କ ବନ୍ୟା ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଧାମନଗର ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି  । ଗାଁ ପାଖରେ ଥିବା ଗେଙ୍ଗୁଟି ନଦୀର ଶାଖା ନଦୀର କଣ୍ଡିଆ ନାଳରେ ଯୁବକ ଭାସି ଯାଇଥିବା ସୂଚନା ମିଳିଛି ।  ନିଖୋଜ ହୋଇଥିବା ଯୁବକ ହେଲେ ଗ୍ରାମର ପ୍ରଦୀପ କୁମାର ପଣ୍ଡାଙ୍କ ପୁଅ ରୁଦ୍ରନାରାୟଣ ପଣ୍ଡା । ଘଟଣାସ୍ଥଳରେ ଧାମନଗର ଅଗ୍ନିଶମ ବାହିନୀ ପହଞ୍ଚି ବୋଟ୍ ମାଧ୍ୟମରେ ଖୋଜାଖୋଜି କରୁଥିବା ବେଳେ, ଧୂଷୁରୀ ପୋଲିସ,  ଧାମନଗର ବିଡ଼ିଓ, ତହସିଲଦାର ପହଞ୍ଚିଛନ୍ତି ।

nis-ad
Leave A Reply

Your email address will not be published.