ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ନୟ ପରିଷଦର ଜିଲ୍ଲାସ୍ତରୀୟ ସମ୍ମିଳନୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସଦର ମହକୁମାର ସ୍ତାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁସୂଚିତ ଜାତି ଓ ଜନଜାତି ସରକାରୀ କର୍ମଚାରୀ କଲ୍ୟାଣ ସମନ୍ନୟ ପରିଷଦର ଜିଲ୍ଲା ସ୍ତରୀୟ ସମ୍ମିଳନୀ ୨୦୨୪ ଅନୁଷ୍ଠିତ ହୋଇଯାଇଛି lଏହି ସମ୍ମିଳନୀର ମୂଖ୍ୟ ଉଦେଶ୍ୟ ଥିଲା ସମ୍ବିଧାନ ପ୍ରଣୀତ ଆଇନ୍ ଅନ୍ତର୍ଗତ ଅନୁସୂଚୀତ ଜାତି ଓ ଅନୁସୂଚିତ ଜନଜାତି ସରକାରୀ କର୍ମଚାରୀ ମାନେ କିପରି ନିଯୁକ୍ତି ପଦନ୍ନୋତି ଓ ଅନ୍ୟାନ୍ୟ ସୁବିଧାରୂ ବଂଚିତ ହେଉଛନ୍ତି ତାହା କିପରି ଆଗାମୀ ଦିନରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସଂଘର ସଭାପତି ସୁଜନ ବେହେରା ଓ ସଂପାଦକ କୈଳାସ କହଁର, ଉପଦେଷ୍ଟା ଗଣେଶ ନାୟକ ସୂଚନା ଦେଇଛନ୍ତି। ଯଦି ସରକାର ଆଗାମୀ ଦିନରେ ଅନୁସୂଚୀତ ଜାତି ଓ ଅନୁସୂଚିତ ଜନଜାତି ସରକାରୀ କର୍ମଚାରୀ ମାନଙ୍କ ନାର୍ଯ୍ୟଦାବି ସମ୍ବିଧାନ ପ୍ରକାରେ ପୁରଣ କରିବାରେ ଅବହେଳା କରନ୍ତି ତେବେ ରାଜ୍ୟରେ ଥିବା ସମସ୍ତ ଅନୁସୂଚୀତ ଜାତି ଓ ଅନୁସୂଚିତ ଜନଜାତି ସରକାରୀ କର୍ମଚାରୀ ଏ ଦିଗରେ ସ୍ଵର ଉତ୍ତୋଳନ କରିବେ ବୋଲି ସମ୍ମିଳନୀରେ ସୁଚନା ଦେଉଥିଲେ।

ଏହି ସମ୍ମିଳନୀରେ ମାନ୍ୟବର ବିଧାୟକ ବାଲିଗୁଡା ଚକ୍ରମଣି କହଁର ମୁଖ୍ୟ ଅତିଥି ରୂପେ ଏବଂ ମାନ୍ୟବର ବିଧାୟକ ଜି, ଉଦୟଗିରି ପ୍ରଫୁଲ୍ଲ କୁମାର ମଲ୍ଲିକ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ତତ୍ ସହିତ ଗିରିଧାରୀ ରାଜ୍ୟ ସଂଘର ସଂପାଦକ ( ନିଯୁକ୍ତି ବିଭାଗ) ଏବଂ ବିଶିକେସନ ବାଘ ଯୋଗଦାନ କରି ସରକାରୀ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧ ରେ ଆଲୋକପାତ କରିଥିଲେ। ଉକ୍ତ ସମ୍ମିଳନୀରେ ଜିଲ୍ଲାର ୧୨ ଟି ବ୍ଲକରୁ ୪୦୦ ରୁ ଅଧିକ ସରକାରୀ କର୍ମଚାରୀ ୪୨ ଟି ବିଭାଗ ରୁ ଯୋଗଦାନ୍ କରି ନିଜ ନିଜର ମତ ପ୍ରକାଶ କରିଥିଲେ। ଏହି ସମ୍ମିଳନୀରେ ବରିଷ୍ଠ ଆଇନଜୀବୀ ଲମ୍ବୋଦର କହଁର ଏବଂ ସତ୍ୟ ନାରାୟଣ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସମସ୍ତ ସରକାରୀ କର୍ମଚାରୀ ଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ସମ୍ମିଳନୀକୁ ସୁର ପ୍ରସାଦ ନାୟକ, ଶ୍ରୀକାନ୍ତ ବେହେରା ଓ ବିଦେଶୀ ନାୟକ ପରିଚାଳନା କରିଥିଲେ। ଏଥି ସହିତ ସାମ୍ବାଦିକ ମାନଙ୍କୁ ଉପଢୌକନ ଓ ଫୁଲତୋଡା ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ l

nis-ad
Leave A Reply

Your email address will not be published.