ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ

ମାଲକାନଗିରି : ସାହା ଚାରିଟେବୁଲ ଟ୍ରଷ୍ଟ, ଭୁବନେଶ୍ୱରଙ୍କ ଆନୁକୂଲ୍ୟରେ ମାଲକାନଗିରି ସହରର ଚତୁର୍ଥ ସଶକ୍ତ ବାହିନୀ ପରିସର, ଜିଲ୍ଲା ପୋଲିସ କାର୍ଯ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମାଲକାନଗିରି ମହାବିଦ୍ୟାଳୟ ପରିସର ମଧ୍ୟରେ ଏକ ହଜାରରୁ ଉର୍ଦ୍ଧ୍ୱ ବିଭିନ୍ନ କିସମର ଫଳଚାରା ରୋପଣ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଟ୍ରଷ୍ଟର ଅଧ୍ୟକ୍ଷ ଜୀବନ ବାବା ସଭାପତିତ୍ୱ କରିଥିବାବେଳେ, ମୁଖ୍ୟଅତିଥି ଭାବେ ତପନ ନାରାୟଣ ରଥ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ମୁଖ୍ୟବକ୍ତା ଭାବେ ସରୋଜ କୁମାର ଜେନା, ଡେପୁଟି କମାଣ୍ଡାଣ୍ଟ ଚତୁର୍ଥ ସଶକ୍ତ ବାହିନୀ ମାଲକାନଗିରି, ସ୍ୱତନ୍ତ୍ର ଅତିଥି ଭାବେ ଡକ୍ଟର ରଞ୍ଜନ କୁମାର ସ୍ବାଇଁ, ଅଧ୍ୟାପକ ତଥା ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ଯୋଗଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସତ୍ୟପ୍ରିୟ ବିଶ୍ୱାଳ ଆୟୋଜନ କରିଥିଲେ l

କାର୍ଯ୍ୟକ୍ରମରେ ବିଭିନ୍ନ ଅତିଥିମାନେ ମାଲକାନଗିରି ଜିଲ୍ଲାକୁ ସବୁଜ ସୁନ୍ଦର ତଥା ସ୍ୱାବଲମ୍ବୀ କରିବା ପାଇଁ ସାହା ଚାରିଟେବୁଲ ଟ୍ରଷ୍ଟର ଭୂୟସୀ ପ୍ରଶଂସା କରିଥିଲେ l ଜିଲ୍ଲାର ପ୍ରତ୍ୟେକ ଇଛୁକ ପରିବାରକୁ ପଚିଶ ଗୋଟି ବିଭିନ୍ନ ଫଳଚାରା ରୋପଣ କରିବା ପାଇଁ ମାଗଣାରେ ବିତରଣ କରାଯିବ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ଘୋଷଣା କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଅଚ୍ୟୁତ ପ୍ରଧାନ, ସହକାରୀ କମାଣ୍ଡାଣ୍ଟ, ଗଜାନନ ମଲ୍ଲିକ ଓଁ ଯତୀନ କୁମାର ପ୍ରମୁଖ ସହଯୋଗ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ପୋଲିସ ପରିବାରର ସମସ୍ତ ସଦସ୍ୟଗଣ ନିଜ ନିଜ ଗୃହ ପରିସରରେ ପିଜୁଳି, ପଣସ, ଆମ୍ବ, ସପେଟା, ଲେମ୍ବୁ, କମଳା ପ୍ରଭୃତି ଚାରା ରୋପଣ କରିଥିଲେ l

nis-ad
Leave A Reply

Your email address will not be published.