ଦାନା ଉଜାଡିଛି ୨ ଲକ୍ଷ ଏକର ଜମିର ଫସଲ, କ୍ଷୟକ୍ଷତିର ଆକଳନ କରିବ ମିଳିତ ଟିମ: କେଭି ସିଂହଦେଓ

ଭୁବନେଶ୍ୱର : ଦାନା ଉଜାଡିଛି ୨ ଲକ୍ଷ ଏକର ଜମିର ଫସଲ ।  ଭାଙ୍ଗିଛି ଅନେକ ଘର ।  କିଏ କରିବେ କ୍ଷୟକ୍ଷତି ଆକଳନ। କଣ ରହିବ ଆକଳନ ରିପୋର୍ଟ ।  କେମିତି ଯିବ ଟଙ୍କା । ଏ ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।

ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାତ୍ୟା କ୍ଷୟକ୍ଷତିର ଆକଳନ କରିବ ମିଳିତ ଟିମ ।  ଟିମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚଳାନା ବିଭାଗ, କୃଷି, ମତ୍ସ ଓ ପଶୁ ସମ୍ପଦ ବିଭାଗର ସଦସ୍ୟ ରହିବେ । କ୍ଷୟକ୍ଷତି ରିପୋଟ ଆସିବା ପରେ ସେହି ଆଧାରରେ ପ୍ରଭାବିତ ଲୋକଙ୍କୁ ଡିବିଟି ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟକୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବ । ଜିଓଟାଗଂରେ ଆକଳନ ହେବ। କ୍ଷତିଗ୍ରସ୍ତ ଘର, କ୍ଷତିଗ୍ରସ୍ତ ଫସଲର ଜିଓଟାଗଂ ହେବ । ଆକଳନ ବେଳେ କ୍ଷତିଗ୍ରସ୍ତ ହୋଇଥିବା ଘର ଓ ଚାଷ ଜମିର ଫଟୋ ରହିବ। ଘର ଭାଙ୍ଗିବା କ୍ଷେତ୍ରରେ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ଫଟୋ ରହିବ । ଫସଲ ୩୩ ପ୍ରତିଶତରୁ ଅଧିକ କ୍ଷୟକ୍ଷତି ହୋଇଛି ନା ନାହିଁ ତାର ଆକଳନ ହେବ । କୃଷି ଇନପୁଟ ସବସିଡି ପାଇଁ ପ୍ରଭାବିତ ଚାଷୀଙ୍କ ତାଲିକା ଓ ବ୍ୟାଙ୍କ୍ ଆକାଉଣ୍ଟ ପ୍ରସ୍ତୁତ କରାଯିବ ।

nis-ad
Leave A Reply

Your email address will not be published.