ମହାନଗର ନିଗମ ପକ୍ଷରୁ ବ୍ୟାବସାୟିକ ପ୍ରତିଷ୍ଠାନରେ ଚଢ଼ଉ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସ୍ୱଚ୍ଛତା ସମ୍ବନ୍ଧୀୟ କାର୍ଯ୍ୟକାରିତା ପାଇଁ ବିଭିନ୍ନ ଅଞ୍ଚଳରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ଉ ଅଭିଯାନ ଜାରି ରହିଛି । ଏହି କ୍ରମରେ ଅଇଁଠାପାଲିରୁ ବୁଢ଼ାରଜା ପର୍ଯ୍ୟନ୍ତ ସ୍ୱଚ୍ଛତା ସମ୍ବନ୍ଧୀୟ ସଚେତନତା ଓ କାର୍ଯ୍ୟକାରିତା କାର୍ଯ୍ୟକ୍ରମ କରାଯାଇଥିଲା । ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କୁ ୨ଟି ଡଷ୍ଟବିନ ବ୍ୟବହାର, ପ୍ଲାଷ୍ଟିକ ବ୍ୟାଗର ବର୍ଜନ ଓ ଅଞ୍ଚଳର ୫ ମିଟର ଚତୁଃପାର୍ଶ୍ବ ପର୍ଯ୍ୟନ୍ତ ସଫା ରଖିବା ଉପରେ ଜୋର ଦିଆଯାଇ ସଚେତନ କରାଯାଇଥିଲା । ଏହି ଅବସରରେ ୪୪ଟି ଦୋକାନରେ ସଚେତନତା କରାଯାଇଥିବା ବେଳେ ୩୭ଟି ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ର କରାଯାଇ ସମୁଦାୟ ୬୭ ହଜାର ୨ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି ।
ମହାନଗର ନିଗମ କମିଶନର ବେଦଭୂଷଣ ଚଢ଼ଉ ଅଭିଯାନର ନେତୃତ୍ୱ ନେଇଥିବାବେଳେ କାର୍ଯ୍ୟକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସାମିଲ ରହିଥିଲେ।

nis-ad
Leave A Reply

Your email address will not be published.