ଦୁଇ ସାମ୍ବାଦିକଙ୍କ ଦ୍ଵାରା ଟ୍ରାଫିକ ସଚେତନତା

ଫୁଲବାଣୀ : ଫୁଲବାଣୀ ର ଦୁଇ ଯୁବ ସାମ୍ବାଦିକ ଟ୍ରାଫିକ ସଚେତନତା କରୁଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଦେଖିବାକୁ ମିଳୁଛି । ଯାହାଦ୍ବାରା କି ଦୁର୍ଘଟଣା ହୋଇ ଦୈନିକ ମୃତୁ ସଂଖ୍ୟା ବଢ଼ିବାରେ ଚାଲିଛି । ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କଡାକଡି ନ କରିବା ଯୋଗୁଁ ସହରରେ ଦୁର୍ଘଟଣା ବଢୁଛି । ଅନେକ ବରିଷ୍ଠ ତଥା ବୁଦ୍ଧିଜୀବୀ,ଆଇନଜୀବୀ, ଜ୍ଞାନୀ, ଗୁଣି,ବିଦ୍ୟାର୍ଥୀ ଓ ସହର ରେ ରହୁଥିବା ଜନସାଧାରଣ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କୁ ନେଇ ବହୁ ବାର ପ୍ରଶାସନକୁ ଜଣାଇ ଥିଲେ ବି କିଛି ସୁଫଳ ହେଉନଥିବା ଦେଖିବାକୁ ମିଳିଛି l

ଅପର ପକ୍ଷେ ଦିନକୁ ଦିନ ଯାନ ବାହାନ ମଧ୍ୟ ବହୁ ସଂଖ୍ୟାରେ ବଢ଼ିବାରେ ଲାଗିଛି l ହେଲେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ରେ କୌଣସି ସୁଧାର ନାହିଁ l ଟ୍ରାଫିକ ଉପରେ ଧାରଣ ଥିବା ପୋଲିସ, ହୋମଗାର୍ଡ ଙ୍କୁ ନିୟୋଜିତ କରିବା ପାଇଁ ସାମ୍ବାଦିକ ମାନେ ଦାବୀ କରିଛନ୍ତି l ଏହି ସବୁକୁ ଦୃଷ୍ଟି ରେ ରଖି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଭାଇ ମାନେ ଉକ୍ତ କାମରେ ନିଜକୁ ନିୟୋଜିତ କରି ଟ୍ରାଫିକ ସମସ୍ୟା ସୁଧାରିବା ପାଇଁ ଚେଷ୍ଟା କରୁଛନ୍ତି । ଆଜି ସକାଳ ସାଢେ଼ ଛଟାରୁ ସାଢେ଼ ନଅଟା ପର୍ଯ୍ୟନ୍ତ ଦୁଇ ସାମ୍ବାଦିକ ଅମ୍ବୁଜ କୁମାର ବେହେରା, ବିମଳ ନାୟକ ଅକ୍ଲାନ୍ତ ପରିଶ୍ରମ କରି ଟ୍ରାଫିକ ବ୍ୟବସ୍ଥା ର ଉଲଙ୍ଘନ କାରୀଙ୍କୁ ଏକ ଅଭିନବ ଉପାୟରେ ସଚେତନତା କରିଥିବା ଦେଖିବାକୁ ମିଳିଛି l

ଅପରେ ପକ୍ଷେ ଛୋଟ ଛୋଟ ପିଲାଙ୍କୁ ସ୍କୁଲ୍ କୁ ନେଇ ଯାଉଥିବା ଅଭିଭାବକ ମାନଙ୍କୁ ଭୁଲ୍ ରାସ୍ତାରେ ନ ଯିବା ପାଇଁ ସଚେତନ କରିଥିବା ସହ ଟ୍ରାଫିକ ନିୟମ ଅନୁଯାୟୀ ନ ଯାଉଥିବା ଗାଡ଼ି, ଅଟୋ ରିକ୍ସା, ସ୍କୁଲ୍ ବସ୍, ବାଇକ୍ ଓ ଅନ୍ୟାନ୍ୟ ସମସ୍ତ ଲୋକମାନଙ୍କୁ ଏକ ସୁରକ୍ଷିତ ଜୀବନ ବଞ୍ଚାନ୍ତୁ ,ନିୟମ ମାନନ୍ତୁ ଓ ଦୃତଗତି ରେ ଗାଡି ଚଲାନ୍ତୁନାହିଁ ର ବାର୍ତ୍ତା ଦେଇ ସଚେତନ କରିବାକୁ ଏକ ପ୍ରୟାସ ଜାରି ରଖିଛନ୍ତି l

ଏପରି ଏକ ପ୍ରୟାସକୁ କନ୍ଧମାଳର ବୁଦ୍ଧିଜୀବୀ ଓ ଅନେକ ଲୋକ ସାଧୁବାଦ୍ ଜଣେଇଥିବା ମଧ୍ୟ ଦେଖିବାକୁ ମିଳିଛି l ଏହି ପ୍ରୟାସ ଦ୍ୱାରା ଯଦି ଲୋକ ସଚେତନ ହୋଇ ଟ୍ରାଫିକ ନିୟମ ପାଳନ କରିବେ ତେବେ ବିଭିନ୍ନ ପ୍ରକାର ଦୁର୍ଘଟଣା ରୋକାଯାଇ ପାରିବ ବୋଲି ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମକୁ ମିଡ଼ିଆ ଫୋରମର ସଭାପତି ସୂର୍ଯ୍ୟ ନାରାୟଣ ବେହେରା,ପୂର୍ବତନ ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ଦିଗାଲ,ଦାରୁଣ ବେହେରା ଏହିଭଳି କାର୍ଯ୍ୟକ୍ରମକୁ ସାଧୁବାଦ ଜଣେଇବାସହ ପ୍ରଶଂସା କରିଛନ୍ତି।

nis-ad
Leave A Reply

Your email address will not be published.