ବାତ୍ୟା ଦାୟିତ୍ୱରେ ଥିବା ଅଧିକାରୀଙ୍କ କାର୍ଯ୍ୟ ପ୍ରଶଂସନୀୟ : ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସକାଳେ ପୁଣି ବାତ୍ୟାର ସମୀକ୍ଷା କରିଛନ୍ତି  ।  ଏନେଇ ସେ ଏକ ବୈଠକ କରିଛନ୍ତି । ଏଥିରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ୱାଇ ବି ଖୁରାନିଆ ଓ ସ୍ୱତନ୍ତ୍ର ରିଲିଫ୍ପ୍ରକମିଶନର ମୁଖ୍ୟ ଉପସ୍ଥିତ ଥିଲେ । ବାତ୍ୟା ମୁକାବିଲାରେ ଆମେ ସଫଳ ହୋଇଛୁ ।

ଜିରୋ କାଜୁଆଲିଟି ଲକ୍ଷ୍ୟ ସଫଳ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବାତ୍ୟାରେ କେହି ମୃତାହତ ହୋଇନାହାଁନ୍ତି ।  ୬ ହଜାରରୁ ଉର୍ଦ୍ଧ ର୍ଗଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିଲା ।  ଗତକାଲି ୧୬ ଶହ ଶିଶୁ ଜନ୍ମ ନେଇଛନ୍ତି ।  ଉଭୟ ମା’ଓ ଶିଶୁ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।  ବାତ୍ୟା ପରର୍ବତ୍ତୀ ସ୍ଥିତି ଆକଳନ ପାଇଁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି  ।  ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ଟିମ୍ ୱାର୍କ ଓ ପ୍ରଶାସନିକ ତତ୍ପରତା ଯୋଗୁଁ ବିଶେଷ କ୍ଷୟକ୍ଷତି ହୋଇନାହିଁ ।  ଯେଉଁ ସବୁ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି ଆଜି ଅପରାହ୍ନ ଗୋଟେ ସୁଦ୍ଧା ସେ ସବୁ ହଟାଯିବ । ସନ୍ଧ୍ୟା ସୁଦ୍ଧା ସାରା ରାଜ୍ୟରେ ସ୍ୱାଭାବିକ ହେବ ବିଦ୍ୟୁତ ସେବା  ।  ୮ଟା ପରଠାରୁ ବିମାନ ଚଳାଚଳ ସ୍ୱାଭାବିକ ହୋଇଛି ।

କ୍ଷୟକ୍ଷତି ଆକଳନ ନେଇ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରୀମାନେ ମଧ୍ୟ ତ୍ରୁଣମୂଳସ୍ତରରେ ରହି ତଦାରଖ କରୁଛନ୍ତି ।

nis-ad
Leave A Reply

Your email address will not be published.