ବେଆଇନ ଭାବେ ବାଣ ଗଛିତ ଏବଂ ବିକ୍ରୟ ବିରୁଦ୍ଧରେ ବ୍ରହ୍ମପୁର ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ

ବ୍ରହ୍ମପୁର : ବହୁ ଜନବହୁଳ ଅଞ୍ଚଳରେ ବେଆଇନ ଭାବେ ବାଣ ଗଚ୍ଛିତ କରିବା ଏବଂ ବିନା ଅନୁମତିରେ ବିକ୍ରୟ କରିବା ଅଭିଯୋଗରେ ଆଜି ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଡାଉ କରାଯାଇଥିଲା । ଏଭଳି ବେଆଇନ ଭାବେ ବାଣ ଗଛିତ ରଖିବା ଦ୍ୱାରା ଅଗ୍ନି ଦୁର୍ଘଟଣା ଏବଂ ବିସ୍ଫୋରଣର ବିପଦ ରହିଥିବା କହିଛି ପୋଲିସ । ବଡ଼ବଜାର ଥାନା ବୈଦ୍ୟନାଥପୁର ଥାନା, ଜରଡ଼ା ଥାନା ଇଲାକାରେ ବାଣ ବିକ୍ରି ଅଭିଯୋଗ ରେ ୩ଟି ମାମଲା ରୁଜୁ ହେବା ସହିତ ୬ଜଣଙ୍କୁ ଗିରଫ କରାଯାଇଥିବା ବ୍ରହ୍ମପୁର ଏସପି ଡ଼ଃ. ସର୍ବଣା ବିବେକ ସୂଚନା ଦେଇଛନ୍ତି।ଜବତ ହୋଇଥିବା ବାଣ ର ମୂଲ୍ୟ୬ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

nis-ad
Leave A Reply

Your email address will not be published.