ବାତ୍ୟା ଯୋଗୁ OCS ପ୍ରିଲିମ ପରୀକ୍ଷା ସ୍ଥଗିତ

ଭୁବନେଶ୍ବର: ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଆସନ୍ତା ୨୭ ତାରିଖରେ ହେବାକୁ ଓଡ଼ିଶା ସିଭିଲ ସର୍ଭିସେସ (OCS) ପ୍ରିଲିମ ପରୀକ୍ଷା-୨୦୨୩କୁ ସ୍ଥଗିତ ରଖିଛି ଓଡ଼ିଶା ଲୋକ ସେବା ଆୟୋଗ ବା ଓପିଏସ୍‌ସି। ଏନେଇ ଆଜି ନୋଟିସ ଦେଇଛି ଓପିଏସ୍‌ସି।

OCS ପ୍ରିଲିମ ପରୀକ୍ଷା-୨୦୨୩ର ପରବର୍ତ୍ତୀ ତାରିଖ ନେଇ ୭ ଦିନ ପରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଓପିଏସ୍‌ସି ପକ୍ଷରୁ ଜାରି ନୋଟିସରେ ଉଲ୍ଲେଖ କରାଯାଇଛି। ଏହା ସହିତ ପରୀକ୍ଷାର୍ଥୀମାନେ ଏ ସଂପର୍କରେ ଅଧିକ ସୂଚନା ଜାଣିବାକୁ ଚାହୁଁଥିଲେ ଓପିଏସ୍‌ସିର ୱେବସାଇଟ୍ http://opsc.gov.in କୁ ଯାଇପାରିବେ ବୋଲି କୁହାଯାଇଛି।

ସୂଚନା ଥାଉକି ବାତ୍ୟା ଦାନା ଆସନ୍ତାକାଲି ସ୍ଥଳ ଭାଗ ଛୁଇଁବ। ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ସାମୁଦ୍ରିକ ଝଡ ‘ଦାନା’। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଦାନା। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିବ।

nis-ad
Leave A Reply

Your email address will not be published.