ଛତ୍ରବଜାରରେ କଳାବଜାରୀକୁ ନେଇ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍

କଟକ : ବାତ୍ୟା ପାଇଁ ଦରଦାମ ଉପରମୁହାଁ । ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍ । କଟକ ଛତ୍ର ବଜାରରେ ରେଡ୍ କରିଛି ଯୋଗାଣ ବିଭାଗ । ଯୋଗାଣ ବିଭାଗର ୩ଟି ଟିମ ଆଳୁ,ପିଆଜ ଦର ଯାଞ୍ଚ କରିଛି । ଯେଉଁ ବ୍ୟବସାୟୀମାନେ କଳା ବଜାରୀ କରୁଛନ୍ତି ତାଙ୍କ ବିରୋଧରେ ଦୃଢ କାଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ।  ଆଜି ଛତ୍ରବଜାରରେ ଆଳୁ କେଜି ୩୫ ଟଙ୍କା ଥିବା ବେଳେ ପିଆଜ କିଲୋ ୬୦ ରୁ ୭୦ ଟଙ୍କା ରହିଛି ।

ଆଗରୁ ପରିବା ଦର ଉଚ୍ଚା ଥିବା ବେଳେ ବାତ୍ୟା କଥା ଶୁଣି ବ୍ୟବସାୟୀମାନେ ଆହୁରି ଦର ବଢାଇଛନ୍ତି ।  କିଛି ପରିବା ତ ଦୁଇ ଗୁଣା ହେଲାଣି । ବଜାରରେ ୬୦ ତଳକୁ ଆଉ ପରିବା ନାହିଁ । ବାତ୍ୟା ଯେଭଳି କିଛି ଅସାଧୁ ବେପାରୀଙ୍କୁ ସୁଯୋଗ ଦେଉଛି, ଗ୍ରାହକଙ୍କୁ ଲୁଟିବାକୁ ।  ଏପଟେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଯେପରି କଳାବଜାରୀ ନହେବ ସେ ନେଇ କଡା ନଜର ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ପୂର୍ବରୁ ଯେତେଥର ବି ବାତ୍ୟା ଆସିଛି, ଲୋକେ ଆତଙ୍କିତ ହୋଇ ଆବଶ୍ୟକତାଠାରୁ ଅଧିକ ପରିମାଣର ସାମଗ୍ରୀ କିଣି ଘରେ ମହଜୁଦ ରଖୁଛନ୍ତି, ଆଉ ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଇ ବଢାଇ ଦେଇଥାନ୍ତି ଅତ୍ୟାବଶ୍ୟକ ସାମଗ୍ରୀର ଦର ।

nis-ad
Leave A Reply

Your email address will not be published.