ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ସହାୟତାରେ ସ୍ୱାବଲମ୍ବୀ ହେଲେ ଯୁବ ଉଦ୍ୟୋଗୀ

ଫୁଲବାଣୀ : ଆଦିବାସୀ ପରିବାର ମାନଙ୍କର ଉନ୍ନତି ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦେକ୍ଷପ ନିଆଯାଉଥିବା ବେଳେ ଓଡିଶାରେ କାର୍ଯ୍ୟକାରୀ ହେଉଛି ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ । କନ୍ଧମାଳ ଜିଲ୍ଲାରେ ସମନ୍ୱିତ ଆଦିବାସୀ ଉନ୍ନୟନ୍ନ ସଂସ୍ଥା ଫୁଲବାଣୀ ତରଫରୁ ୦୩ ଗୋଟି ବ୍ଲକର ବିଭିନ୍ନ ଅଂଚଳ ରେ ଏହି ଯୋଜନା ସମନ୍ୱିତ ଆଦିବାସି ଉନ୍ନୟନ ସଂସ୍ଥା ଫୁଲବାଣୀ ଓ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀଙ୍କ ସହାୟତାରେ ପରିଚାଳିତ ହେଉଛି । ଆ.ଈ.ଟି.ଡି.ଏ. ର ପ୍ରକଳ୍ପ ନିର୍ଦେଶିକା ଦେବଜାନୀ ଭୂୟାଁ ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳକ ପି.ମୂରଲିଧର ଯୋଜନା କୁ ଗ୍ରାମ୍ୟସ୍ତରରେ ପହଞ୍ଚାଇବାକୁ ଚେଷ୍ଟିତ ଅଛନ୍ତି।ଏହି ପରିପ୍ରେକ୍ଷୀ ରେ ଆଦିବାସୀ ପରିବାର ଗୁଡିକର ଆର୍ଥୀକ ସ୍ୱଛଳତାକୁ ଆଖିଆଗରେ ରଖି କିଛି କିଛି ଗାଁରେ ଯୁବ ଉଦ୍ୟୋଗୀ ମାନଙ୍କୁ ଚିହ୍ନଟ କରି ବିଭିନ୍ନ କୃଷି ଓ ଅଣକୃଷି ଭିତିକ ଉଦ୍ୟୋଗ ପାଇଁ ଏକ ଲକ୍ଷ ଲେଖା ଟଙ୍କା ସହାୟତା ଯୋଗାଇବା ସହ ନିଜର ମଧ୍ୟ କିଛି ଟଙ୍କା ବିନିଯୋଗ କରି ଆଗକୁ ବଢିବାର ପ୍ରୟାଶ ଜାରି ରହିଛି । ସେହିପରି ଜଣେ ଉଦ୍ୟୋଗୀ ହେଉଛନ୍ତି ଖଜିରିପଡା ବ୍ଲକ ଅର୍ନ୍ତଗତ ସୁଡ୍ରୁକୁମ୍ପା ଗ୍ରାମପଂଚାୟତର ପାତିଆମ୍ବା ଗ୍ରାମ ଅର୍ନ୍ତଗତ ଭଗବତ ସ୍ୱାମୀ ଜନଜାତି ପରିଷଦର ପଦ୍ମ ଚରଣ ନାୟକ । ସେ ଅନୁଷ୍ଠାନ ଙ୍କ ଠାରୁ ଏକ ଲକ୍ଷ ଟଙ୍କା ସହାୟତା ନେଇ ସେଥିରେ ନିଜର ଚାଳିଶ ହଜାର ଟଙ୍କା ମିଶାଇ ମୁଢି ବ୍ୟବସାୟ କରିବାକୁ ସ୍ଥିର କରିଥିଲେ । ଆଗରୁ ମୁଢି ତିଆରି କରି ବିକି କିଛି ଦୁଇପଇସା ରୋଜଗାର କରୁଥିଲେ ବି ବ୍ୟବସାୟକୁ ବଡ ଧରଣ କରିବାକୁ ଚାହିଁଲେ ମଧ୍ୟ ପଇସା ଅଭାବରୁ ଆଗକୁ ବଢି ପାରୁନଥିଲେ କିନ୍ତୁ ଏହି ଯୋଜନା ମାଧ୍ୟମରେ ସହାୟତା ପାଇବା ପରେ ସେ ଗୋଟିଏ ଦୁଇଚକିଆ ଲୁନା ଗାଡି କିଣି ସେଥିରେ ଲଦି ତାଙ୍କର ବ୍ୟବସାୟକୁ ବଢାଇ ଆଜି ମାସକୁ ୨୫ ହଜାରରୁ ୩୦ ହଜାର ପର୍ଯ୍ୟନ୍ତ ଟଙ୍କା ରୋଜଗାର କରି ପାରିଛନ୍ତି । ୫ ଜଣିଆ ବିଶିଷ୍ଟ ପରିବାରକୁ ସହଜରେ ଚଲାଇବା ପାଇଁ ପଦ୍ମ ଚରଣଙ୍କୁ ଏବେ ଆଉ ଅସୁବିଧା ରେ ପଡିବାକୁ ହେଉନାହିଁ । ଏହି ପରି ସହାୟତା ପାଇ ତାର ପରିବାରର ଆର୍ଥିକ ପରିସ୍ଥିତି ସଦୁରି ପାରିଥିବାରୁ ପ୍ରକଳ୍ପ ପ୍ରସାଶୀକା ଦେବଜାନୀ ଭୂଁୟା ଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ବ୍ୟବସାୟକୁ ଦେଖିବାକୁ ଆସି ଦିଗ୍ଦର୍ଶନ ଦେଇଥିବାରୁ ସ୍ୱାତୀ ଅନୁଷ୍ଠାନର ସଂପାଦକ ହରିଶଙ୍କର ରାଉତଙ୍କୁ ସାଧୁବାଦ ଜଣାଇଛନ୍ତି । ଅନୁଷ୍ଠାନ ତରଫରୁ କାର୍ଯ୍ୟକ୍ରମର ସଠିକ୍ ପରିଚାଳନା ପାଇଁ ଉଦ୍ୟୋଗି ମାନଙ୍କ ସହ ସୁସଂପର୍କ ସ୍ଥାପନ କରି କାର୍ଯ୍ୟକ୍ରମକୁ ସଫଳ କରିବାକୁ ବ୍ଲକସ୍ତରୀୟ ଜିବିକା ବିଶେଷଜ୍ଞ ଶ୍ରୀପତି ପାତ୍ର ସହାୟତା ପ୍ରଦାନ କରିଥିଲେ ।

nis-ad
Leave A Reply

Your email address will not be published.