ଜିଲ୍ଲାସ୍ତରୀୟ ଆର୍ତ୍ତଜାତୀୟ ଶିଶୁ କନ୍ୟା ଦିବସ – ୨୦୨୪ ପାଳିତ

ମାଲକାନଗିରି : ମାଲକାନଗିରି ସମଗ୍ର ଶିକ୍ଷା ଆନୁକୂଲ୍ୟରେ, ସ୍ଥାନୀୟ ଚାଲାଣଗୁଡ଼ାସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ, ଆଜି ଜିଲ୍ଲାସ୍ତରୀୟ ଆର୍ତ୍ତଜାତୀୟ ଶିଶୁ କନ୍ୟା ଦିବସ-୨୦୨୪ ଓ ଜିଲ୍ଲାସ୍ତରୀୟ କଳା ଉତ୍ସବ ପାଇଁ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହାର ଉଦ୍‌ ଘାଟନୀ ଉତ୍ସବରେ ମୁଖ୍ୟ ଅତିଥ୍ ରୂପେ ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ ଯୋଗ ଦେଇଥିବା ବେଳେ, ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ଶ୍ରୀମତୀ ଶକୁନ୍ତଳା ମାଝୀ, ବର୍ଷାଳୀର ଜୋନାଲ୍ ସଂଯୋଜକ, ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀ ସନ୍ଦୀପ ଦାସ, ଜିଲ୍ଲା ସଂଯୋଜକ ଶ୍ରୀ ଶେଷ ଶଙ୍କର ମହାଳିକ, ଅବସରପ୍ରାପ୍ତ ଏ.ବି.ଇ.ଓ ଶ୍ରୀ ସଂଜୟ ମାଲାକାର ଅତିଥ୍ ରୂପେ ଯୋଗ ଦେଇଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥ୍ ରୂପେ ଜିଲ୍ଲା ଶିକ୍ଷାକାରୀ ତଥା ସମଗ୍ର ଶିକ୍ଷା, ମାଲକାନଗିରି ପ୍ରକଳ୍ପ ସଂଯୋଜକ ଶ୍ରୀ ବିଶ୍ବନାଥ ସାହୁ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ଅତିଥ୍ ରୂପେ ଖଇରପୁଟ ଏ.ବି.ଇ.ଓ ଶ୍ରୀମତୀ ଶିବାନୀ ମୁଦୁଲି, ମାଲକାନଗିରି ଏ.ବି.ଇ.ଓ ଶ୍ରୀ ଗୌରାଙ୍ଗ ସାଜନ, ଶ୍ରୀ ଅଶ୍ବିନୀ ମାଝି ଯୋଗଦେଇ ପିଲାମାନଙ୍କୁ ପ୍ରମାଣପତ୍ର ଦେଇ ପୁରସ୍କାର ବଣ୍ଟନ କରିଥିଲେ । ଅତିଥିମାନେ ପିଲାମାନଙ୍କ ଭବିଷ୍ୟତର ମଙ୍ଗଳକାମନା କରିବା ସହ ମାର୍ଗଦର୍ଶନ କରିଥିଲେ । ଏହି ଅବସରରେ ଉପସ୍ଥିତ ଶତାକ ଛାତ୍ରୀମାନଙ୍କ ମଧ୍ୟରେ ସଙ୍ଗୀତ, ନୃତ୍ୟ, ଚିତ୍ରକଳା, ବକ୍ତୃତା, ରଚନା ଲିଖନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।

ସେହିପରି କଳା ଉତ୍ସବ ପାଇଁ ମଧ୍ୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରକଳା, ନୃତ୍ୟ, ସଙ୍ଗୀତ, ବାଦ୍ୟଯନ୍ତ୍ର, ଦଳଗତ ନୃତ୍ୟ, ପାରମ୍ପରିକ କାହାଣୀ କଥନ ଓ ଅନ୍ୟାନ୍ୟ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା । ଏଥିରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆସନ୍ତା ୨୭.୧୦.୨୦୨୪ ରିଖ ରବିବାର ଦିନ ସ୍ଥାନୀୟ ବ୍ରୁଟିଗୁଡା ଉ.ପ୍ରା ବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥ‌ିବା ଜିଲ୍ଲା ସ୍ତରୀୟ ସୁରଭି ୨୦୨୪ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ । ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ଜୋନାଲ୍ ସ୍ତରୀୟ କଳା ଉତ୍ସବରେ ଅଂଶ ଗ୍ରହଣ କରିବେ ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା କାର୍ଯ୍ୟାଳୟର ଶ୍ରୀ ଶେଷ ଶଙ୍କର ମହାଳିକ, ଶ୍ରୀ ସୀତାରାମ ଗୌଡ, ଶ୍ରୀମତୀ ବିଜୟଲକ୍ଷ୍ମୀ ଚୌଧୁରୀ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ସେନାପତି ମଞ୍ଚ ପରିଚାଳନା କରିଥିବା ବେଳେ ଚାଲାଣଗୁଡା ଉ.ପ୍ରା. ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ, ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.