ଇସ୍ତଫା ଦେଲେ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି…


ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଅଙ୍ଗଦ କହଁର ଦଳର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀକହଁର ଗତ ୨୦୨୪ ମାର୍ଚ୍ଚ ରୁ ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱରେ ଥିଲେ । ତେବେ ବୟସ ଦୃଷ୍ଟିରୁ ସ୍ବାସ୍ଥ୍ୟ ଗତ ସମସ୍ୟା ଦର୍ଶାଇ ସେ ଇସ୍ତଫା ଦେଇଥ‌ିବା କହିଛନ୍ତି । ଶ୍ରୀ କହଁର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥ‌ିବା ବିଜେଡି ନେତା ବିଜୟ ନାୟକଙ୍କ ଜରିଆରେ ରାଜ୍ୟ ବିଜେଡି ସୁପ୍ରିମୋ ତଥା ବିଜେଡି ସଭାପତି ନବୀନ ପଟନାୟକ ଙ୍କ ନିକଟକୁ ପଠାଇଥିବା କହିଛନ୍ତି । ତାଙ୍କ ପରେ ଏବେ ଜିଲ୍ଲା ସଭାପତି କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

nis-ad
Leave A Reply

Your email address will not be published.