ଦାରିଙ୍ଗବାଡି କଫି ବଗିଚା ଉନ୍ନତି କରଣ ନା ରେ ଲକ୍ଷାଧିକ ଟଙ୍କା ହରିଲୁଟ ଅଭିଯୋଗ : ତଦନ୍ତ ଦାବୀ


ଫୁଲବାଣୀ //ବାଲିଗୁଡା :, ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି କୁ ଯେପରି ଅଧିକ ରୁ ଅଧିକ ପର୍ଯ୍ୟଟକ ଆସିବେ ସେଥିପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କଫି ବଗିଚା ର ଆଧୁନିକିକରଣ କରାଯଇଥିଲା l ଏଥିରେ କାଫେ ନିର୍ମାଣ ଓ ଶିଶୁ ଉଦ୍ୟାନ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ କରାଯାଇଥିଲା l ତେବେ ଏଥିରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା l ଏହାକୁ ଗତ ୧ /୧୧/୨୩ ରେ ପୂର୍ବତନ ବିଧାୟକ ସାଲୁଗାପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ତେବେ କାର୍ଯ୍ୟ ସରିଥିଲେ ବି କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ଅର୍ଥ ଅନୁଦାନ କେଉଁ ବିଭାଗ ପ୍ରଦାନ କରିଛି, କାର୍ଯ୍ୟରମ୍ଭ ଓ ଶେଷ ତାରିଖ, କାର୍ଯ୍ୟ ନିର୍ବାହୀ ସଂସ୍ଥା ର ନାମ ରହି ଫଳକ ମରାଯିବା ର ସରକାରୀ ନିୟମ ରହିଥିଲେ ବି ଜାଣିଶୁଣି ମରାଯାଇନଥିବା ଅଭିଯୋଗ ହୋଇଛି l ଏ ନେଇ ପଚାରିଲେ ବି ଦାରିଙ୍ଗବାଡି ପି ଆଇ ଏ ହୃଷିକେଶ ପ୍ରଧାନ ମୁହଁ ଖୋଲୁନଥିବା ବେଳେ ପ୍ରକଳ୍ପ ନିର୍ଦେଶକ ଙ୍କୁ ପଚାରିବାରେ ସେ ନୂଆ ଆସିଛନ୍ତି ଏ ସମ୍ପର୍କରେ କିଛି ଜାଣିନଥିବା କଥା କହୁଥିବା ବେଳେ ଏହା ପୁରୁଣା ପିଡି ଙ୍କ କାର୍ଯ୍ୟ ବୋଲି କହି ଏଡାଇ ଯାଉଛନ୍ତି l ଦାରିଙ୍ଗବାଡି ର କଫି ଓ ଗୋଲ ମରିଚ ବଗିଚା ବାହାରୁ ଆସୁଥିବା ପର୍ଯ୍ୟଟକ ଙ୍କ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ଏହାର ଉନ୍ନତି କରଣ ନାମରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହେଉଥିବା ଦୃଢ଼ ଅଭିଯୋଗ ହେଉଛି l ଅଫିସର ଓ କର୍ମଚାରୀ ମାଲାମାଲ ହେଉଛନ୍ତି l ସେହିପରି ଗୋଟିଏ କାମରେ ଦୁଇଥର ଲେଖାଏଁ ବିଲ କରଯାଉଥିବା ଶୁଣିବାକୁ ମିଳୁଛି l କନ୍ଧମାଳ ଜିଲାର ଥଣ୍ଡା ଜଳ ବାୟୁ କଫି ଚାଷ ପାଇଁ ଉତ୍କୃଷ୍ଟ ହୋଇଥିବାରୁ ସରକାର ଚଳିତ ବର୍ଷ ଦାରିଙ୍ଗବାଡି ଓ ଜି. ଉଦୟଗିରି ସମେତ କ. ନୂଆଗାଁ, ଟିକାବାଲି,ଫିରିଙ୍ଗିଆ ଓ ରାଇକିଆ ରେ ୨ ହଜାର ହିତାଧିକାରୀ ଙ୍କୁ ସାମିଲ କରି ପ୍ରାୟ ୧ ହଜାର ୨୩ ହେକ୍ଟର ଜମିରେ କଫି ଚାଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି l କଫି ଗଛକୁ ଛାଇ ପ୍ରଦାନ ପାଇଁ ହେକ୍ଟର ପିଛା ଦୁଇହଜlର ହିସାବରେ କୋଡିଏ ଲକ୍ଷ ସିଲଭର ଓକ ଗଛ ଲଗାଯାଇଛି l ଆଗାମୀ ଦିନରେ ୨ ଶହ ଟନ ବିକ୍ରୀ ଯୋଗ୍ୟ କଫି ଉତ୍ପାଦନ ହେବ ବୋଲି ବିଭାଗ କହିଛି l ତେବେ ପ୍ରକୃତରେ ସରକାରଙ୍କ ଏହି କଫି ମିଶନ କାର୍ଯ୍ୟକ୍ରମ କେତେଦୂର ସଫଳ ହେବ ତାହା ସମୟ ହିଁ କହିବ l ଏଣୁ ବର୍ତମାନ ସରକାର ଭିଜିଲାନ୍ସ ବିଭାଗ ଦ୍ୱାରା ଏହି ବିଭାଗ ରେ ଚାଲିଥିବା ଦୁର୍ନୀତି ଓ ଅନିୟମିତତା ର ନିରପେକ୍ଷ ତଦନ୍ତ କରି ଦୁର୍ନୀତି ରେ ସମ୍ପୃକ୍ତ ଥିବା ଅଫିସର ଓ କର୍ମଚାରୀ ଙ୍କ ବିରୁଧରେ ଆବଶ୍ୟକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାରିଙ୍ଗବାଡିର ବହୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି l

nis-ad
Leave A Reply

Your email address will not be published.