ଲେଖକ ଡଃ ନୃସିଂହାନନ୍ଦ ମହାପାତ୍ର ଦଶମ ଓଡିଶା ସିନେ ସମ୍ମାନରେ ସମ୍ମାନିତ

ଫୁଲବାଣୀ : ଭାରତ ସରକାର ଶ୍ରମ ନିୟୋଜନ ମନ୍ତ୍ରଣାଳୟ ଓ ଓଡିଶା ସିନେ ୱାର୍କର ସଂଘ ମିଳିତ ଆନୁକୁଲ୍ୟରେ ଭୁବନେଶ୍ବରର ଜୟଦେବ ଭବନ ଠାରେ ଦଶ ତମ ସିନେ ଆୱାର୍ଡ କାର୍ଯ୍ୟକ୍ରମ ସଭାପତି ବବି ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ସାଂସ୍କୃତିକ ମନ୍ତ୍ରୀ ଶ୍ରୀଯୁକ୍ତ ସୁର୍ଯ୍ୟ ବଂଶୀ ସୂରଜ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବେଗୁନିଆ ଓ ବୋଲ ଗଡ଼ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦେଇ ଥିଲେ l ସେହିପରି ମୂଖ୍ୟ ବକ୍ତା ଭାବେ ଅଲ ଇଣ୍ଡିଆ ସିନେ ଆୱାର୍ଡ ଆସୋସିଏଶନ ମୁମ୍ବାଇ ର ସଭାପତି ସୁରେଶ ଶ୍ୟାମ ଲାଲ ଗୁପ୍ତା ଯୋଗ ଦେଇ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡଃ ଜି କେ ପାଣିଗ୍ରାହୀ ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ୍ ମଧ୍ୟରେ ଓସି ଡବ୍ଲ୍ୟୁଏ ର ଉପଦେଷ୍ଠା ପିଙ୍କି ପ୍ରଧାନ, ପୁଷ୍ପା ପଣ୍ଡା, ଶ୍ୟାମ ପ୍ରସାଦ ମିଶ୍ର, ଡଃ ବନ୍ଦନା ହରି ଚନ୍ଦନ, ଅଶ୍ରୁ ମୋଚନ ମହାନ୍ତି, ରଜନୀ ରଞ୍ଜନ ଦାଶ,ପ୍ରଶାନ୍ତ କୁମାର ପାଢ଼ୀ ଏବଂ ଏ ଆଇ ସି ଡବ୍ଲୁ ଏ ମୁମ୍ବାଇ ଏବଂ ଓସି ଡବ୍ଲ୍ୟୁ ଓଡିଶାର ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l
ଏହି ସମ୍ମାନିତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ଜଣାଶୁଣା ବିଶିଷ୍ଠ ସମାଜସେବୀ,କବି ଶିକ୍ଷାବିତ, ଗାଳ୍ପିକ, କମଳା ପ୍ରକାଶନୀର ପ୍ରତିଷ୍ଠାତା ଓ ପ୍ରକାଶକ ଡକ୍ଟର ନୃସିଂହାନନ୍ଦ ମହାପାତ୍ର ଦଶମ ତମ ଓଡିଶା ସିନେ ସମ୍ମାନ ଦ୍ଵାରା ବରିଷ୍ଠ ଗଳ୍ପ ଓ ଲେଖକ ଭାବେ ସମ୍ମାନିତ ହୋଇଛନ୍ତି l ସେହିପରି ଅନ୍ୟ ଜଣେ ଫିରିଙ୍ଗିଆର ବରିଷ୍ଠ କଳାକାର ଭାବେ ଅକ୍ଷୟ କୁମାର କର୍ଣ୍ଣଙ୍କୁ ମଧ୍ୟ ଓଡିଶା ସିନେ ସଂଘ ଦ୍ଵାରା ସମ୍ମାନିତ କରାଯାଇଛି l ଏ ନେଇ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି l

nis-ad
Leave A Reply

Your email address will not be published.