ବୁଦ୍ଧାଦିତ୍ୟଙ୍କ ବିବାଦୀୟ ପୋଷ୍ଟକୁ ନେଇ ବର୍ଷିଲେ ନବଜ୍ୟୋତି ପଟ୍ଟନାୟକ…

ଭୁବନେଶ୍ୱର :ବୁଦ୍ଧାଦିତ୍ୟଙ୍କ ବିବାଦୀୟ ପୋଷ୍ଟକୁ ନେଇ ବର୍ଷିଲେ ନବଜ୍ୟୋତି ପଟ୍ଟନାୟକ ।  ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଏହି ଅପମାନଜନକ ଏବଂ ଦାୟିତ୍ବହୀନ ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ନବଜ୍ୟୋତି ।  ଏହା ସହ କହିଛନ୍ତି,ଏପରି ବିପଦଜନକ ମାନସିକତାକୁ ସଭ୍ୟ ସମାଜରେ ବରଦାସ୍ତ କରାଯାଇପାରିବ ନାହିଁ  ।  ଯେଉଁ ନେତା ଦେଶ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ତାଙ୍କୁ ଜଣେ ଅପରାଧୀ ଟାର୍ଗେଟ କରିବା ଉଚିତ ବୋଲି କୌଣସି ବୁଦ୍ଧିମାନ ବ୍ୟକ୍ତି କିପରି ପରାମର୍ଶ ଦେଇ ପାରିବ ବୋଲି ପ୍ରଶ୍ନ କରିଛନ୍ତି  ।

ଏହା କେବଳ ଆଇନର ନୁହେଁ ବରଂ ମୌଳିକ ଶୃଙ୍ଖଳାର ପ୍ରଶ୍ନ ବୋଲି କହିଛନ୍ତି ।  ଏପରି ଆଚରଣ ବିରୋଧରେ ଓଡ଼ିଶା ସରକାର ଏବଂ ଓଡିଶା ପୋଲିସ ତୁରନ୍ତ, କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ! ବୋଲି କହିଛନ୍ତି କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ । ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପରେ ଦୁଇ କଂଗ୍ରେସ ନେତାଙ୍କ ନାଁ ନେଇ ବିବାଦୀୟ ପୋଷ୍ଟ କରିଥିଲେ ବୁଦ୍ଧାଦିତ୍ୟ ମହାନ୍ତି ।

ନିଜ ଫେସବୁକ ପୋଷ୍ଟରେ ଦୁଇ କଂଗ୍ରେସ ନେତାଙ୍କୁ ହତ୍ୟା କରିବାକୁ ଲରେନ୍ସ ବିଷ୍ଣୋଇଙ୍କୁ ଅପିଲ କରିଥିଲେ ।  ଏନେଇ ତାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏଫଆଇଆର ଦେଇଥିଲା ରାଜ୍ୟ ଛାତ୍ର କଂଗ୍ରେସ । ପୋଷ୍ଟ ନେଇ ଝଡ଼ ସୃଷ୍ଟି ହେବା ପରେ କ୍ଷମା ପ୍ରାର୍ଥନା କରିଥିଲେ ବୁଦ୍ଧାଦିତ୍ୟ ।

nis-ad
Leave A Reply

Your email address will not be published.