କେମିତି କାମ କରୁଛନ୍ତି ଅଧିକାରୀ, ମାର୍କ ଦେବେ ଜନତା

ଭୁବନେଶ୍ବର: କେମିତି କାମ କରୁଛନ୍ତି ସରକାରୀ ଅଧିକାରୀ । ରାଜସ୍ବ ବିଭାଗରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କର କାର୍ଯ୍ୟ ଦକ୍ଷତାର ପ୍ରମାଣପତ୍ର ଦେବେ ସାଧାରଣ ଜନତା । ଏମିତି କିଛି ବଡ ଘୋଷଣା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଝାରସୁଗୁଡାରେ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏଭଳି ମତ ରଖିଛନ୍ତି ମନ୍ତ୍ରୀ ।

ତେବେ ମନ୍ତ୍ରୀ କହିଛନ୍ତି, ରାଜସ୍ବ ବିଭାଗର ଅଧିକାରୀମାନେ ଛାତ୍ର ଏବଂ ଜନତା ଶିକ୍ଷକ ବନିବେ । ରାଜସ୍ବ ଅଧିକାରୀଙ୍କ କାର୍ଯ୍ୟର ମୂଲ୍ୟାଙ୍କନ କରିବେ ଜନତା । ଏଥିପାଇଁ ରାଜସ୍ବ ବିଭାଗର ସବୁ ତହସିଲ୍ ଅଫିସ୍, ସବୁ ରେଜିଷ୍ଟ୍ରର ଅଫିସ୍ ଏବଂ ରାଜସ୍ବ ସେବା ଦିଆଯାଉଥିବା ସମସ୍ତ ଅଫିସରେ ଏକ ଦକ୍ଷତା ରେଜିଷ୍ଟର ମେଣ୍ଟେନ୍ ହେବ । ସେଥିରେ ସାଧାରଣ ଲୋକ ମାର୍କ ଦେବେ । ଅଫିସକୁ ଆସୁଥିବା ଲୋକମାନେ ସେମାନଙ୍କୁ କାର୍ଯ୍ୟ ପାଇଁ ସହଯୋଗ କରୁଥିବା ଅଧିକାରୀଙ୍କୁ ମୋଟ୍ ୧୦ରୁ ଦକ୍ଷତା ଅନୁଯାୟୀ ମାର୍କ ଦେବେ । ଉଭୟ ଅଫଲାଇନ୍ ଓ ଅନ୍ ଲାଇନରେ ଲୋକେ ଏହି ମାର୍କ ଦେଇପାରିବେ । ଯେଉଁ ଅଧିକାରୀ ବାରମ୍ବାର ୧୦ରୁ କମ୍ ମାର୍କ ପାଇବେ, ତାଙ୍କ ସଂପର୍କରେ ବିଭାଗ ତର୍ଜମା କରିବ ବୋଲି କହିଛନ୍ତି ମନ୍ତ୍ରୀ ।

nis-ad
Leave A Reply

Your email address will not be published.