ହବିଷ୍ୟାଳିଙ୍କ ରହଣିକୁ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା : ରେଜିଷ୍ଟ୍ରେସନ୍ କରି ନଥିଲେ ମଧ୍ୟ ମହିଳାଙ୍କୁ ରଖାଯାଇଛି

ପୁରୀ: ଚାଲିଛି ମହାକାର୍ତ୍ତିକ ମାସ । ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିବା ଲାଗି ହବିଷ୍ୟାଳିଙ୍କ ସୁଅ ଛୁଟିଛି । ଏହାରି ଭିତରେ ହବିଷ୍ୟାଳିଙ୍କ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି ଯେ ଯେଉଁ ହବିଷ୍ୟାଳି ମାନେ ରେଜିଷ୍ଟ୍ରେସନ୍ କରିନଥିଲେ ସେମାନଙ୍କୁ ମଧ୍ୟ ଗ୍ରହଣ କରାଯାଇଛି । ସେମାନଙ୍କର ସମସ୍ୟା କିଛି ନଥିଲା ।

ଅନ୍ୟପଟେ ଗତକାଲି ଜଗନ୍ନାଥ ପ୍ରକଳ୍ପ ଗୁଡ଼ିକ ସମ୍ପୂର୍ଣ୍ଣ ସମୀକ୍ଷା କରାଯାଇଥିବା କହିଛନ୍ତି ଆଇନ ମନ୍ତ୍ରୀ । ବିଶ୍ବର ଏକ ନମ୍ବର ହେରିଟେଜ୍ ସିଟି କରାଯିବା ପାଇଁ ସରକାର ଚାହୁଁଛନ୍ତି  । ସେ ଦିଗରେ ଉଦ୍ୟମ ବି ଚାଲିଛି। କାକଟପୁର ମା ମଙ୍ଗଳା, ଗୁଣ୍ଡିଚା ମନ୍ଦିର ଭଳି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରାଯାଇଛି । କେବେ ଆରମ୍ଭ କେବେ ଶେଷ ହେବ ସେନେଇ ତାରିଖ ଧାର୍ଯ୍ୟ ହୋଇନାହିଁ  । ଜଗନ୍ନାଥ ସଂସ୍କୃତିଙ୍କୁ ଜାଣିବା, ଦେଖିବା ବ୍ୟତୀତ ପୁରୀ ସହର ଓ ପ୍ରକଳ୍ପ ଗୁଡ଼ିକର ଉନ୍ନତିକରଣ ବି ପର୍ଯ୍ୟଟକ ଦେଖିବେ ବୋଲି ଆଇନମନ୍ତ୍ରୀ କହିଛନ୍ତି ।

ସେହିପରି ପୁରୀରେ ଅବଢ଼ା ଦର ବୃଦ୍ଧି ପ୍ରସଙ୍ଗରେ ପୃଥୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି ଯେ ମହାପ୍ରଭୁଙ୍କ ପାଖରେ ବଢ଼ା ଯାଉଥିବା ପ୍ରତ୍ୟେକଟି ଭୋଗର ଶୁଦ୍ଧତାକୁ ଅଗ୍ରାଧିକାର ଦିଆଯାଉଛି । ଦର ବୃଦ୍ଧିକୁ ନେଇ ସୁଆର ସେବାୟତଙ୍କ ସହ ଆଲୋଚନା ଚାଲିଛି ।  ଅନ୍ୟପଟେ ଭକ୍ତ ମାନଙ୍କ ପାଇଁ ମହାପ୍ରସାଦ କିଣିବା ବୋଝ ନହେଉ ସେ ଦିଗରେ ଆଲୋଚନା ଚାଲିଛି । ସରକାର ଏ ଦୁଇଟି କଥାକୁ ଗୁରୁତ୍ୱର ସହ ବିଚାର କରୁଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

nis-ad
Leave A Reply

Your email address will not be published.