ଶିମିଳିପାଳକୁ ଆସିବେ ଆଉ ଦୁଇଟି ମହାବଳ ବାଘ

ବାରିପଦା: ଶିମିଳିପାଳକୁ ଆସିବେ ନୂଆ ଅତିଥି । ଆସନ୍ତା ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରୁ ଶିମିଳିପାଳକୁ ଦୁଇଟି ମହାବଳ ବାଘ ଆସିବା ନେଇ ସୂଚନା ମିଳିଛି । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଶିମିଳିପାଳର ସ୍ୱତନ୍ତ୍ର ଟିମ୍‌ ମହାରାଷ୍ଟ୍ର ଯାଇଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ ମହାରାଷ୍ଟ୍ରର ତାଡୋବା ଜଙ୍ଗଲରୁ ଏହି ଦୁଇ ମହାବଳ ବାଘ ଆସିବେ । ବାଘ ମାନଙ୍କୁ ଆଣିବାର ସମସ୍ତ ପ୍ରକ୍ରିୟା ଶେଷ କରିବା ପାଇଁ ଶିମିଳିପାଳର କ୍ଷେତ୍ର ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକଙ୍କ ସହ ବନ୍ୟଜନ୍ତୁ ଡାକ୍ତରୀଦଳ ଏବଂ ତାଲିମପ୍ରାପ୍ତ ବନ କର୍ମଚାରୀ ଓ ଶିମିଳିପାଳର ରାପିଡ ରେସପନ୍ସ ଟିମକୁ ନେଇ ଗଠିତ ଏକ ଦଳ ମହାରାଷ୍ଟ୍ର ଯାଇଛନ୍ତି । ଏହି ଦଳ ତାଡ଼ୋବା ଯାଇ ବାଘ ଚିହ୍ନଟ କରିବା ସହ ଆଇନ ଅନୁଯାୟୀ ବିଭିନ୍ନ ପ୍ରକ୍ରିୟା ଶେଷ କରିବେ ବୋଲି ସୂଚନା ଦେଇଛନ୍ତି ଶିମିଳିପାଳ ପିସିସିଏଫ୍ ।

ସୂଚନାଯୋଗ୍ୟ, ବର୍ତ୍ତମାନ ଶିମିଳିପାଳ ଅଭୟାରଣ୍ୟରେ ୨୭ଟି ବାଘ ଅଛନ୍ତି । ଏହି ୨୭ ମହାବଳ ମଧ୍ୟରେ ୧୩ଟି ବିରଳ କଳାବାଘ ଓ ୧୪ଟି ସାଧାରଣ ମହାବଳ ବୋଲି ଜଣାଯାଇଛି। ସାଧାରଣ ମହାବଳଙ୍କ ମଧ୍ୟରେ ୭ଟି ମାଇ ବାଘ ସହ ୪ ଟି ଅଣ୍ଡିରା ମହାବଳ ରହୁଛନ୍ତି। ଏହା ବ୍ୟତୀତ କଳା ମହାବଳ ମଧ୍ୟରୁ ୭ ଟି ମାଇ ଓ ୬ଟି ଅଣ୍ଡିରା କଳାବାଘ ରହୁଛନ୍ତି ।

nis-ad
Leave A Reply

Your email address will not be published.