ଠକି ଦେଲେ ପ୍ରେମିକ, ପ୍ରତାରଣା ସହି ନପାରି ଜୀବନ ହାରିଲେ ଯୁବତୀ

ଭୁବନେଶ୍ୱର : ପ୍ରେମରେ ପ୍ରତାରଣା । ପ୍ରେମିକ ଦ୍ୱାରା ଠକି ଯାଇ ଜୀବନ ହାରିଲେ ଯୁବତୀ । ନୟାପଲ୍ଲୀ ଦେବରାୟ କଲେଜ ନିକଟସ୍ଥ ଏକ ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବତୀ ଜଣଙ୍କ ଜଗତସିଂହପୁର ଜିଲ୍ଲା କୋରତାଲ ଅଞ୍ଚଳର ।

ଗତ କିଛି ଦିନ ପୂର୍ବେ ଏକ ଘରୋଇ ସଫ୍ଟୱେର୍ କମ୍ପାନୀରେ ଚାକିରି ପାଇବା ପରେ ସେଠାରେ ଟ୍ରେନିଂ ନେଉଥିଲେ । ଗତକାଲି ଅପରାହ୍ଣରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଦେଖି ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ । ମୃତଦେହ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ୍ କରାଯାଇଛି ।  ଯୁବତୀ ଜଣଙ୍କ କୁମାର ପୂର୍ଣ୍ଣମୀ ପୂର୍ବଦିନ ଘରକୁ ଯାଇଥିଲେ । ଘରୁ ଫେରିବା ପରେ ଗତକାଲି ସକାଳେ ଅଫିସ୍ ମଧ୍ୟ ଯାଇଥିଲେ । ଅଫିସରୁ ଫେରିବା ପରେ ପରିବାର ଲୋକଙ୍କ ସହ କଥା ମଧ୍ୟ ହୋଇଥିଲେ । ତାପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।  ଅନ୍ୟପଟେ ମୃତ ଯୁବତୀଙ୍କୁ ପ୍ରେମିକ ବ୍ଲାକମେଲିଂ କରୁଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ଘଟଣାରେ ପ୍ରେମିକକୁ ଅଟକ ରଖି ପଚରା ଉଚରା କରୁଛି ନୟାପଲ୍ଲୀ ଥାନା ପୋଲିସ ।

nis-ad
Leave A Reply

Your email address will not be published.