ସୁଡ୍ରାଗ୍ରାମ ପଂଚାୟତରେ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଫୁଲବାଣୀ : ବିପର୍ଯ୍ୟୟ ପରିଚାଳନାରେ ଗ୍ରାମ ପଂଚାୟତର ଭୂମିକା ଅତିବ ଗୁରୁତ୍ୱପୂର୍ଣ୍ଣ । ଏଥିନିମନ୍ତେ ଓଡିଶା ସରକାରଙ୍କ ତରଫରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରେ ଗ୍ରମ୍ୟସ୍ତରରୁ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ତା ୧୮.୧୦.୨୦୨୪ ରିଖ ବାଲିଗୁଡା ବ୍ଲକ୍ ର ସୁଡ୍ରା ଗ୍ରାମପଂଚାୟତ ରାଜିବଗାନ୍ଧି ସେବା ଗୃହ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁଡ୍ରା ସରପଂଚ ସରୋଜିନି ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ନ୍ୟାୟେବ ସରପଂଚ ସହଦେବ ମଲ୍ଲିକ ସଭା ପରିଚାଳନା କରିଥିଲେ । ସ୍ୱାତୀ ଅନୁଷ୍ଠାନ ଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ସମିତି, କନ୍ଧମାଳ ସହଯୋଗ ପ୍ରଦାନ କରିଥିଲେ । ଅନୁଷ୍ଠାନ ତରଫରୁ ସଂଯୋଜକ ବିଶ୍ୱରଞନ କର ଉପସ୍ଥିତ ରହି ବିପର୍ଯ୍ୟୟ ର ବିଭିନ୍ନ ସ୍ୱରୂପ ଓ ତାର ପୂର୍ବ ପ୍ରସ୍ତୁତି ଏବଂ ପରବର୍ତୀ ପରିଚାଳନା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥି ସହ ରାଜ୍ୟରେ ପୂର୍ବରୁ ଘଟିଥିବା ମହାବାତ୍ୟା ସମୟ ର ବିପର୍ଯ୍ୟୟ କୁ ଉଦାହରଣ ସ୍ୱରୂପ ନେଇ ଆଜି ପର୍ଯ୍ୟନ୍ତ ସରକାରୀ ସ୍ତରରେ କରାଯାଇଥିବା ପ୍ରସ୍ତୁତି କିପରି ଧନ, ଜୀବନ ଓ ସମ୍ପତି ରକ୍ଷାକରିବାରେ ସହାୟକ ହେଉଛି ତାହା ସୂଚନା ଦେଇଥିଲେ ।

ପଂଚାୟତ ସ୍ତରରେ କିପରି ବିପର୍ଯ୍ୟୟ ପରିଚାଳନା କମିଟି ଗଠନ କରି ବିଭିନ୍ନ ବିପର୍ଯ୍ୟୟ ଯଥା- ବନ୍ୟା, ବାତ୍ୟା, ବଜ୍ରାଘାତ, ଭୂସ୍ଖଳନ, ସାପ କାମୁଡା ଭଳି ବିପର୍ଯ୍ୟୟ ର ସୁ ପରିଚାଳନା ହେବ ତାହା ମଧ୍ୟ ଉପସ୍ଥାପନା କରାଯାଇଥିଲା । ପଂଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ପ୍ରିୟବ୍ରତ ସାହୁ ଉପସ୍ଥିତ ରହି ଯୋଯନା ପ୍ରସ୍ତୂତି ଓ କମିଟି ଗଠନ ପରେ କମିଟି ସଦସ୍ୟ ମାନଙ୍କୁ ତାଲିମ ମାଧ୍ୟମରେ କିପରି ବିପର୍ଯ୍ୟୟ କୁ ସାମ୍ନା କରିବାକୁ ପ୍ରସ୍ତୁତ ହେବେ ଓ ପରବର୍ତୀ ପରିଚାଳନା ରେ ସହଯୋଗ କରିପାରିବେ ତାହା ଆଗାମି ଦିନ ମାନଙ୍କରେ ଶିଖାଇବାର ଅଛିବୋଲି କହିଥିଲେ । କାର୍ଯ୍ୟକ୍ରମରେ ବଜ୍ରାଘାତ ରୁ ସୁରକ୍ଷା ସଂପର୍କୀତ ସଚେତନତା ପୋଷ୍ଟର ମାଧ୍ୟମରେ ବୁଝାଯିବା ସହ ପ୍ରତ୍ୟେକ ଗ୍ରମ ରେ ପୋଷ୍ଟର ଲଗାଇ ଜନସାଧାରଣ ଙ୍କୁ ସଚେତନ କରିବା ପାଇଁ ଉପସ୍ଥିତ ଓାଡ୍ ସଭ୍ୟ/ସଭ୍ୟା, ଅଙ୍ଗନବାଡି କର୍ମୀ, ଏମ୍ବିକେ, ଓ ଆଶା କର୍ମୀ ମାନଙ୍କୁ ଅନୁରୋଧ କରାଯାଇଥିଲା । ଜିଲ୍ଲା ବିପଦ ପ୍ରଶମନ କନ୍ସଲ୍ଟାଂଟ ପ୍ରଭୁପ୍ରସାଦ ମୋହାରଣା ଓ ଅନୁଷ୍ଠାନ ର ସଂପାଦକ ହରି ଶଙ୍କର ରାଉତ ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସ୍ୱେଚ୍ଚାସବେୀ ବାଥୁଏଲ୍ ନାୟକ ପରିଚାଳନା ରେ ସହଯୋଗ କରିଥିଲେ । ଆୟୋଜିତ ବୈଠକ ରେ ସ୍ଥାନୀୟ ଅଂଚଳ ରୁ ଶତାଧିକ ସ୍ୱେଛାସେବୀ, ଜନପ୍ରତିନିଧି, ଆଗଧାଡିର ସ୍ୱାସ୍ଥ୍ୟ କର୍ମୀ, ସରକାରୀ କର୍ମଚାରୀ ଓ ଅଙ୍ଗନବାଡି କର୍ମୀ ଯୋଗ ଦେଇଥିବା ବେଳେ ଏମ୍.ବି.କେ. ଦିପ୍ତି ମଲ୍ଲିକ କମିଟି ଗଠନ ରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.