ଝାରପଡା ଜେଲରେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର : ଝାରପଡା ଜେଲରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି | ଜେଲରେ ତାଙ୍କୁ ମାରି ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ | ମୃତ ବିଚାରଧୀନ କଏଦୀ ହେଉଛନ୍ତି ବିଦ୍ୟାଧର ଗୁରୁ | ବିଦ୍ୟାଧର ଗୁରୁ ଅକ୍ଟୋବର ୫ ତାରିଖରୁ ଜେଲରେ ଥିଲେ |

ଆଜି ସକାଳୁ ବିଚାରଧୀନ କଏଦୀ ବିଦ୍ୟାଧର ଗୁରୁଙ୍କ ସ୍ୱାସ୍ଥ୍ୟ ଖରାପ ଏବଂ କ୍ୟାପିଟାଲ ହସ୍ପିଟାଲ ଚିକିତ୍ସା ପାଇଁ ନିଆଯାଇଥିବା ନେଇ ସ୍ତ୍ରୀଙ୍କୁ ଜେଲ ପକ୍ଷରୁ ସୂଚନା ଦିଆଯାଇଥିଲା | ହେଲେ ହସ୍ପିଟାଲରେ ଚିକିତ୍ସା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ତାଙ୍କ ଓକିଲ | ଏବେ ପରିବାର ପକ୍ଷରୁ ବିଦ୍ୟାଧରଙ୍କୁ ମାରି ଦିଆଯାଇଥିବା ଅଭିଯୋଗ ହେବା ସହ ନ୍ୟାୟ ଦାବୀ କରାଯାଇଛି |

nis-ad
Leave A Reply

Your email address will not be published.