‘ପିସିସି ଗଠନ ପରେ କଂଗ୍ରେସରେ ସାମିଲ ହେବେ ବହୁ ବିଜେଡି ନେତା’

ଭୁବନେଶ୍ବର; ଦୀପାବଳି ସୁଦ୍ଧା ରାଜ୍ୟ କଂଗ୍ରେକୁ ମିଳିବ ମୁଖୁଆ । ଏନେଇ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ କହିଛନ୍ତି, ହାଇକମାଣ୍ଡ ଖୁବଶୀଘ୍ର ପିସିସି ସଭାପତି ଚୟନ କରିବେ । ଏଥିପାଇଁ ଏଆଇସିସିର ଦୁଇ କେନ୍ଦ୍ରୀୟ ନେତାଙ୍କୁ ଦାୟିତ୍ବ ଦିଆଯାଇଛି ।  ଦଳର ତୃଣମୂଳ ସ୍ତରରେ କାମ କରୁଥିବା ଓ ଦଳକୁ ସଂଗଠିତ କରି ରଖୁଥିବା ଲୋକଟିକୁ ହିଁ ପିସିସି ସଭାପତି କରାଯିବ ବୋଲି ମୋକିମ୍ କହିଛନ୍ତି । ଯାହାକି ଦୀପାବଳି ଭିତରେ ହିଁ ସ୍ପଷ୍ଟ ହେବ ।

ଏଥିସହିତ ମୋକିମ୍ ଏହା ମଧ୍ୟ କହିଛନ୍ତି ଯେ, ପିସିସି ଗଠନ ହେବା ପରେ ପରେ କାଳେ ବହୁ ବିଜେଡିର ନେତା କଂଗ୍ରେସରେ ସାମିଲ ହେବେ । ଏନେଇ ମୋକିମ୍ କହିଛନ୍ତି, ବିଜେଡି ଦଳର ଅନେକ ନେତା ଆମ ସହିତ ସଂପର୍କରେ ଅଛନ୍ତି । ଯେଉଁମାନେ ଦଳରେ କୋଣଠେସା ହୋଇ ରହିଛନ୍ତି, ସେମାନେ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି। ବିଜେଡିରେ ହାରିଥିବା ସାଂସଦ ଓ ବିଧାୟକ ପ୍ରାର୍ଥୀ ଆମ ଦଳରେ ସାମିଲ ହେବେ । କେବଳ ବିଜେଡି ନୁହେଁ ବିଜେପି ଦଳର ମଧ୍ୟ ଅନେକ ନେତା କଂଗ୍ରେସ ସହ ସମ୍ପର୍କରେ ଅଛନ୍ତି ବୋଲି ମୋକିମ କହିଛନ୍ତି ।

nis-ad
Leave A Reply

Your email address will not be published.