୧୫ବର୍ଷରେ ସାରୁ ଗ୍ରାମରେ ଗଜଲକ୍ଷ୍ମୀ ପୂଜା

ହିଞ୍ଜିଳିକାଟୁ (୧୮/୧୦) : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସାରୁ ଗ୍ରାମ ଜଗନ୍ନାଥ ମନ୍ଦିର ବଡଦାଣ୍ଡସାହି ଠାରେ ମହାସମାରୋହରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି । ପ୍ରଥମେ ନିକଟସ୍ଥ ପୋଖରୀରୁ ମୁଖ୍ୟ ପଣ୍ଡିତ ଶ୍ରୀକାନ୍ତ ପାଢି ଓ ସହଯୋଗୀ ପଣ୍ଡିତ ସୋମେଶ୍ୱର ଶତପଥିମାନେ ପୂଜାର୍ଚ୍ଚନା କରି ୧୦୮କଳସ ଯାତ୍ରା ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟକର୍ତ୍ତା ଭାବରେ ଭାସ୍କର ସାହୁ ଓ ଧର୍ମପନ୍ଥୀ ସସ୍ମିତା ଦାଇତ୍ୱ ତୁଲାଉଛନ୍ତି ।

ଏହି ଗଜଲକ୍ଷ୍ମୀ ପୂଜା କମିଟି ର ସଭାପତି ରାମଚନ୍ଦ୍ର ପାଢୀ ସଂପାଦକ ନାରାୟଣ ପାଢୀ ପରାମର୍ଶଦାତା ଭାବେ ଜଗନ୍ନାଥ ସାବତ, ଶିବରାମ ପାଢୀ, ସିମାଞ୍ଚଳ ସାହୁଙ୍କ ସହ ଅନ୍ୟାନ୍ୟ କମିଟି ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଛନ୍ତି । ଏହି କଳସ ଯାତ୍ରାରେ ସାରୁ ଗ୍ରାମର ଆବାଳ ବୃଦ୍ଧ ବନିତା ସାମିଲ ହୋଇ ଥିଲେ। ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଛି। ଏଥିରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ଆସି ଯୋଗଦାନ କରି ଗଜ ଲକ୍ଷ୍ମୀପୂଜା ସାମିଲ ହେବା ସହିତ ମାଁ ଙ୍କଆଶିଷ ଭିକ୍ଷା କରିଥିଲେ। ଏହି ସମୟରେ ପୂଜା ମଣ୍ଡପରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଗ୍ରାମର ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.